www.samajalive.in
Monday, December 8, 2025
27.1 C
Bhubaneswar

ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା: ଚତୁର୍ଥ ସ୍ଥାନକୁ ଉନ୍ନୀତ ହେଲେ ସ୍ମୃତି ମାନ୍ଧାନା

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ତାରକା ଓପ୍‌ନର ସ୍ମୃତି ମାନ୍ଧାନା ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବାମହାତି ଓପ୍‌ନର ମାନ୍ଧାନା ୨ଟି ସ୍ଥାନର ଉନ୍ନତି ଘଟାଇ ଅଷ୍ଟ୍ରେଲିଆର ଏଲିଜ୍‌ ପେରି ଓ ଦକ୍ଷିଣ ଆଫ୍ରିକାର ଲୌରା ୱଲ୍‌ଭାର୍ଟଙ୍କୁ ପଛରେ ପକାଇ ଦେଇଛନ୍ତି। ଇଂଲଣ୍ଡର ନାଟ୍‌ ସ୍କାଇଭର ବ୍ରଣ୍ଟ୍‌, ଶ୍ରୀଲଙ୍କାର ଚମାରି ଅଟ୍ଟାପଟୁ ଓ ଅଷ୍ଟ୍ରେଲିଆର ବେଥ୍‌ ମୁନି ବ୍ୟାଟିଂ ମାନ୍ୟତାର ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ମାନ୍ଧାନା ଘରୋଇ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷଥର ଦିନିକିଆ ଶୃଙ୍ଖଳା ଖେଳିଥିଲେ। ଏହି ଶୃଙ୍ଖଳାରେ ମାନ୍ଧାନା ୩୧.୫୦ ଆଭ୍‌ରେଜ୍‌ରେ ୬୩ ରନ୍‌ କରିଥିଲେ। ଦିିନିକିଆ ବୋଲିଂ ମାନ୍ୟତାରେ ଇଂଲଣ୍ଡର ବାମହାତି ସ୍ପିନର ସୋଫି ଇକ୍ଲେଷ୍ଟୋନ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ପେସ୍‌ ବୋଲର ମାରିଜେନ୍ କାପ୍‌ ୭ଟି ସ୍ଥାନ ଉପରକୁ ଉଠି ୨ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେ​‌ଷ ୨ଟି ଦିନିକିଆରେ କାପ୍‌ ୪ଟି ୱିକେଟ ନେଇଥିଲେ। ୨ୟ ମ୍ୟାଚ୍‌ରେ ୭୫ ରନ୍‌ କରିଥିବାରୁ ମାରିଜେନ୍‌ କାପ୍‌ ବ୍ୟାଟିଂ ମାନ୍ୟତାର ୮ମ ସ୍ଥାନକୁ ଉଠିଛନ୍ତି। ଏହାସହ ଦିନିକିଆ ଅଲ୍‌ରାଉଣ୍ଡର ମାନ୍ୟତାରେ କାପ୍‌ ୧ନଂ ସ୍ଥାନ ବଜାୟ ରଖିଛନ୍ତି। ଭାରତର ଅଫ୍‌ସ୍ପିନର ଦୀପ୍ତି ଶର୍ମା ବୋଲିଂ ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥ ସ୍ଥାନରେ ରହିଛନ୍ତି। ତେବେ ଅଲ୍‌ରାଉଣ୍ଡର ମାନ୍ୟତାରେ ଦୀପ୍ତି ଗୋଟିଏ ସ୍ଥାନର ଉନ୍ନତି ଘଟାଇ ୫ମ ସ୍ଥାନକୁ ଉଠିଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories