www.samajalive.in
Sunday, December 14, 2025
17.1 C
Bhubaneswar

ପୁଣି ଅଶ୍ୱିନୀ ହେବେ କି ତୃତୀୟ ପ୍ରାର୍ଥୀ! ଦେବାଶୀଷ, ଶୁଭାଶୀଷ ରାଜ୍ୟସଭା ପ୍ରାର୍ଥୀ ହେବା ପରେ କଟକ ଓ ପୁରୀରେ ରାଜନୀତି ହଲଚଲ୍‌

ଭୁବନେଶ୍ୱର (ଜିତ ପଟ୍ଟନାୟକ, ସମାଜ ଡିଜିଟାଲ ଡେସ୍କ): ବିଜେଡିର ଦୁଇ ଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କଟକରୁ ଦେବାଶୀଷ ଏବଂ ପୁରୀରୁ ଶୁଭାଶୀଷ ରାଜ୍ୟସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତେବେ ବିଜେଡି ତୃତୀୟ ପ୍ରାର୍ଥୀ ଘୋଷଣା କରି ନାହିଁ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଫେବ୍ରୁଆରୀ ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି।

ତେବେ କଟକ ବାରବାଟୀ ଏବଂ ପୁରୀର ବିଧାନସଭା ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି। କଟକ ବାରବାଟୀରୁ ଅଭିନେତା ଅରିନ୍ଦମ ଏବଂ ପୁରୀରୁ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତିଙ୍କ ନାଁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଖୁବଶୀଘ୍ର ଏହି ଚିତ୍ର ପରିଷ୍କାର ହେବ ବୋଲି ସୁନୀଲ କହିଛନ୍ତି।

- Advertisement -

ପୁରୀରେ ମହେଶ୍ୱର ମହାନ୍ତିଙ୍କ ପ୍ରଭାବ ବେଶ୍‌ ଅଧିକ ଥିଲା। ସେ କାଉନସିଲରୁ ପୌରସଂସ୍ଥାର ନଗରପାଳ ପରେ ବିଧାୟକ, ମନ୍ତ୍ରୀ ଏବଂ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। ମାତ୍ର ୨୦୧୯ ନିର୍ବାଚନରେ ସେ ତାଙ୍କର ଶିଷ୍ୟ କୁହାଯାଉଥିବା ବିଜେପି ଟିକେଟରେ ଲଢିଥିବା, ନୀଲୁ ଷଡଙ୍ଗୀ ଓରଫ ଜୟନ୍ତ ଷଡଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ୍‌ ବ୍ୟବଧାନରେ ହାରିଯାଇଥିଲେ। ସେହିପରି କଟକ ବାରବାଟୀରୁ ଦେବାଶୀଷ ସାମନ୍ତରାୟ କଂଗ୍ରେସର ମହମ୍ମଦ ମୋକିମଙ୍କ ଠାରୁ ପରାସ୍ତ ହୋଇଥିଲେ।

ପୁରୀରେ ମହେଶ୍ୱରଙ୍କ ଦେହାନ୍ତ ପରେ ଶୁଭଶୀଷ ଖୁଣ୍ଟିଆ, ଦିବାକର ପାତ୍ରଙ୍କ ନାମ ଆଗରେ ଥିଲା। ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଶୁଭାଶୀଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପରେ ସେ ଦୌଡରୁ ବାଦ ପଡିଛନ୍ତି। ମହେଶ୍ୱର ମହାନ୍ତିଙ୍କ ପତ୍ନୀଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ଦଳ ଏବେ ଯୁବ ବର୍ଗଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କ ପୁଅ, ସୁନୀଲ ମହାନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସେହିପରି କଟକ ରାଜନୀତି ଏବେ ଚର୍ଚ୍ଚାରେ। ବାରବାଟୀ-କଟକ ରାଜନୀତିର ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଦେବାଶୀଷ ସାମନ୍ତରାୟ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ବିଧାୟକରୁ ସାସଂଦ ଭାବେ ତାଙ୍କର ପଦୋନ୍ନତି ହୋଇଛି ବୋଲି ସେ କହିଛନ୍ତି। କଟକ ବାରବାଟୀରୁ ବିଜେଡିର ଶକ୍ତିଶାଳୀ ନେତା ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ତଥା  ଅଭିନେତା ଅରିନ୍ଦମ ରାୟଙ୍କ ପ୍ରାର୍ଥୀତ୍ୱ ପାଇଁ ରାସ୍ତା ପରିଷ୍କାର ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି।

କଟକ ବାରବାଟୀରୁ ତିନି ଥର ନିର୍ବାଚନ ଲଢ଼ିଥିବା ଦେବାଶୀଷ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୦୦ ମସିହାରେ  ସେ ତିର୍ତୋଲରୁ  ବିଧାୟକ ଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଠାରୁ ଦେବାଶିଷ ସାମନ୍ତରାୟ ହାରିଯାଇଥିଲେ।

୨୦୨୪ରେ ପୁଣି କଟକ ବାରବାଟୀରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କଟକ ବାରବାଟୀରୁ ବିଧାନସଭା ନିର୍ବାଚନ ପାଇଁ ସୁବାସ ସିଂ ଓ ଓସିଏ ସମ୍ପାଦକ ସଂଜୟ ବେହେରାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା। ତେବେ ସୁବାସ ସିଂ ମେୟର ରହିଛନ୍ତି। ଅରିନ୍ଦମ ଏହି ବିଧାନସଭା ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଆହୁରି ଶକ୍ତି ଯୋଗାଇଛି। ଦେବାଶୀଷ ସାମନ୍ତରାୟ ରାଜ୍ୟସଭା ଯିବା ନିଶ୍ଚିତ ହୋଇଯାଇଥିବାରୁ ଅରିନ୍ଦମଙ୍କ ପାଇଁ ପଥ ପରିଷ୍କାର ହୋଇଯାଇଛି।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ବିଜେଡି ମଧ୍ୟ ତୃତୀୟ ପ୍ରାର୍ଥୀ ଘୋଷଣା କରିନାହିଁ। ଫେବ୍ରୁଆରୀ ୧୪ ତାରିଖରେ ଅଶ୍ୱିନୀ ବୈଷ୍ଣବ ଓଡିଶା ଅସୁଥିବାରୁ ସେ ରାଜ୍ୟସଭା ପାଇଁ ତୃତୀୟ ପ୍ରାର୍ଥୀ ହୋଇପାରନ୍ତି। ତେବେ ଧୀରେ ଧୀରେ ରାଜନୈତିକ ସମୀକରଣ ଏବଂ ପ୍ରାର୍ଥୀଙ୍କ ନାମ ପରିଷ୍କାର ହେଉଥିବା ପ୍ରତୀୟମାନ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories