www.samajalive.in
Sunday, December 14, 2025
14.1 C
Bhubaneswar

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝରଗଡ଼ : ନାବାଳିକା ଦୁଷ୍କର୍ମକାରୀକୁ ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ମଙ୍ଗଳବାର ମାମଲାର ଚୂଡାନ୍ତ ଶୁଣାଣୀ କରି ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ହଷ୍ଟେଲରେ ରହି ପାଠ ପଢ଼ୁଥିବା ନବମଶ୍ରେଣୀ ଛାତ୍ରୀ ଗ୍ରୀଷ୍ମାବକାଶରେ ଘରକୁ ଯାଇଥିବା ବେଳେ କାଞ୍ଜିପାଣି ଥାନା ଅର୍ନ୍ତଗତ ବୁଢ଼ୀଘର ଗ୍ରମାର ମୁରଲୀଧର ଜୁଆଙ୍ଗ (୨୦) ସମ୍ପୃକ୍ତା ନାବାଳିକାକୁ ତା’ର ସାନଭଉଣୀ ସହାୟତାରେ ଡାକି ଜୋରଜବରଦସ୍ତ ଦୁଷ୍କର୍ମ କରିବା ସହ ଏ ସମ୍ପର୍କରେ କାହାରି ଆଗରେ ପ୍ରକାଶ ନକରିବାକୁ ଧମକ ଦେଇଥିଲା।

ଗ୍ରୀଷ୍ମାବକାଶ ପରେ ଛାତ୍ରୀ ଜଣକ ହଷ୍ଟେଲରେ ରହି ପାଠ ପଢ଼ିବା ବେଳେ ଛାତ୍ରୀ ଜଣକର ଶାରିରୀକ ପରିବର୍ତ୍ତନ ଦେଖି ହଷ୍ଟେଲ ମାଟ୍ରନ ପଚାରିବାରୁ ଗ୍ରୀଷ୍ମାବକାଶରେ ଘରକୁ ଯାଇଥିବା ବେଳେ ଦୁଷ୍କର୍ମର ଶୀକାର ହୋଇଥିବା ମାଟ୍ରନଙ୍କ ସମ୍ମୁଖରେ ପ୍ରକାଶ କରିଥିଲା। ଛାତ୍ରୀ ଜଣକ ଦୁଷ୍କର୍ମର ଶୀକାର ହୋଇ ଗର୍ଭବତୀ ଜଣାପଡିବା ପରେ ୧୯ ନଭେମ୍ବର ୨୦୨୨ରେ ସ୍ଥାନୀୟ କାଞ୍ଜିପାଣି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ତହିଁ ପରଦିନ ଅର୍ଥାତ ୨୦ ନଭେମ୍ବର ୨୦୨୨ରେ ଅଭିଯୁକ୍ତ ମୁରଲୀ ଜ୍ରୁଆଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

- Advertisement -

ଏହି ମାମଲାରେ ମୋଟ ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ମଙ୍ଗଳବାର ଚୂଡାନ୍ତ ଶୁଣାଣୀ କରି ଅଭିଯୁକ୍ତ ମୁରଲୀଧରକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତା ଛାତ୍ରୀଜଣଙ୍କୁ ୮ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ନିମନ୍ତେ ସୁପାରିଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories