www.samajalive.in
Sunday, December 14, 2025
26.1 C
Bhubaneswar

ୱାଲମୀ, ଓଡିଶା ଠାରେ ‘ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ’ରେ ନିୟୋଜିତ ଜଳମିତ୍ରମାନଙ୍କ ପ୍ରଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟରେ କାର୍ୟ୍ୟକାରୀ ହେଉଥିବା ୧୫ଟି ଜିଲ୍ଲାରେ ସବୁଜ ଜଳବାୟୁ ପାଣ୍ଠି (ଜିସିଏଫ୍)ପ୍ରକଳ୍ପର ସଫଳ ରୂପାୟନ ଉଦ୍ଦେଶ୍ୟରେ ନବ ନିଯୁକ୍ତ ଜଳମିତ୍ରମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ପ୍ରଶିକ୍ଷକମାନଙ୍କର ଏକ ୨ ଦିନିଆ ପ୍ରଶିକ୍ଷଣ(ଟ୍ରେନିଂ ଅଫ୍ ଟ୍ରେନର୍ସ) କାର୍ୟ୍ୟକ୍ରମ ପ୍ରତାପନଗରୀ ସ୍ଥିତ ୱାଲମୀ, ଓଡିଶା ଠାରେ ଆଜି ଶେଷ ହୋଇଛି । ୱାଲମୀ, ଓଡ଼ିଶାର ନିର୍ଦ୍ଦେଶକ ଇଂ ବିଜୟ କୁମାର ସାମଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ୩୬ ଜଣ ସ୍ଵୀକୃତିପ୍ରାପ୍ତ ତାଲିମଦାତା ଯୋଗଦାନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି ଶ୍ରୀମତୀ ମଧୁଛନ୍ଦା ସାହୁ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗିର ଜିଲ୍ଲାର ଜିଲ୍ଲା ପ୍ରକଳ୍ପ ପରିଚାଳକ(ଡି.ପି.ଏମ୍. ) ମାନେ ମଧ୍ୟ ଏହି ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ଅନ୍ ଲାଇନ୍ ମାଧ୍ୟମରେ ଯୋଗଦାନ କରିଥିଲେ ।

ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପ ମହା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର, ଶ୍ରୀମତୀ ଉଷାରାଣୀ ପଟ୍ଟନାୟକ, ଅତିରିକ୍ତ ମୁଖ୍ୟ ବୈଜ୍ଞାନିକ, ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅନ୍ୟତମ ସଂଯୋଜକ ପ୍ରଫେସର ନରେନ୍ଦ୍ର କୁମାର ମିଶ୍ର, ଇଂ ରଘୁନାଥ ମିଶ୍ର, ନୋଡାଲ ଅଫିସର, ଜି.ସି.ଏଫ୍, ୱାଲମୀ, ଓଡିଶାର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର ଆଦି ପ୍ରଶିକ୍ଷକ ଭାବରେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ୱାଲମୀର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ପ୍ରଫେସର ଡଃ. ପାତ୍ର, ପ୍ରଫେସର ଇଂ ଅରୁଣ ସାମନ୍ତରାୟ, ସହଯୋଗୀ ପ୍ରାଧ୍ୟାପିକା ଇଂ ଇତିଶ୍ରୀ ମିଶ୍ର ପ୍ରମୁଖ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories