www.samajalive.in
Sunday, December 7, 2025
18.1 C
Bhubaneswar

ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ୍: ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ୍। ବିଧାନସଭାରୁ ତାଙ୍କୁ ସଂସଦକୁ ପଠାଯାଉଛି। ଏହା ମୋ ପାଇଁ ସରପ୍ରାଇଜ୍ ଥିଲା।  ସଂସଦରେ ସେ ଓଡିଶାର ହିତ ପାଇଁ ଲଢେଇ କରିବେ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ , ନିର୍ଦ୍ଦେଶ ଦେବେ । ତାହା ସେ ପାଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନିଅନ୍ତି । ଭାବିଚିନ୍ତି ନିଅନ୍ତି । ଖାଲି ଏତିକି ନୁହେଁ ବିଧାୟକ ପ୍ରାର୍ଥୀ ହେବାକୁ ଇଚ୍ଛା ଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଗ୍ରହଣ କରୁଛି ବୋଲି ଦେବାଶିଷ କହିଛନ୍ତି । ସେପଟେ କଟକ ଜିଲ୍ଳା ବିଜେଡି ସଭାପତି ତଥା ବରିଷ୍ଠ ବିଜେଡି ନେତା ମଙ୍ଗଳବାର ରାଜ୍ୟସଭା ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିବେ। ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ଦଳ ସୁପ୍ରିମୋ ନିଷ୍ପତ୍ତି ନେଇଥିବାରୁ ଦେବାଶିଷ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories