www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ ରାଜପଥ ବସ୍‌‌ଷ୍ଟପ୍‌କୁ ରୂପାନ୍ତରିତ କରି ଲକ୍ଷ୍ମୀ ବସ୍‌‌ଷ୍ଟପ୍‌‌ କାହା ସ୍ୱାର୍ଥରେ?

କେନ୍ଦୁଝରଗଡ଼: ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ବସ୍‌‌ ଯୋଜନାରେ ସୋମବାରଠାରୁ ଜିଲାର ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍‌‌ ଗଡ଼ିବ। ଏହି ଯୋଜନାରେ ଜିଲାର ୧୩ଟି ବ୍ଲକ ପାଇଁ ୭୫ ରୁଟରେ ୭୭ଟି ଲକ୍ଷ୍ମୀ ବସ୍‌‌ ଗଡ଼଼ିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସୋମବାର ୨୫ଟି ବସ୍‌‌ ଗଡ଼ିବ ବୋଲି କୁହାଯାଉଥିଲେ ମଧ୍ୟ ରବିବାର ସନ୍ଧ୍ୟା ସୁଦ୍ଧା ଜିଲାରେ ୧୧ଟି ବସ୍‌‌ ପହଞ୍ଚିଥିବା ଜଣାପଡ଼ିଛି। ପ୍ରତି ବ୍ଲକରୁ ଅତିକମରେ ୬ଟି ଲେଖାଏଁ ବସ୍‌‌ ପଞ୍ଚାୟତରୁ ଯାତ୍ରାରମ୍ଭ କରି ବ୍ଲକ ମୁଖ୍ୟାଳୟ ପହଞ୍ଚିବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ରୁଟ୍‌‌ ମଧ୍ୟ ଚୂଡାନ୍ତ ହୋଇସାରିଛି। ଏହି ବସ୍‌‌ରେ ଯାତ୍ରା କରିବାକୁ ଥିବା ମହିଳା ଏବଂ ଛାତ୍ରଛାତ୍ରୀଙ୍କୁ ମାତ୍ର ୫ଟଙ୍କା ଭଡା ଦେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଅନ୍ୟ ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ସର୍ବନିମ୍ନ ଭଡା ଧାର୍ଯ୍ୟ କରାଯାଇଛି। ଲକ୍ଷ୍ମୀ ବସ୍‌‌ ଚଳାଚଳ ନିମନ୍ତେ ଜିଲାରେ ମୋଟ ୧୫୦ଟି ବସ୍‌‌ଷ୍ଟପ୍‌‌ ମଧ୍ୟରୁ ନୂତନ ଭାବେ ୯୩ଟି ବସ୍‌‌ଷ୍ଟପ୍‌‌ ନିର୍ମାଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୫୭ଟି ପୁରୁଣା ବସ୍‌‌ଷ୍ଟପ୍‌‌କୁ ରୂପାନ୍ତରୀକରଣ କରାଯାଇଛି। ତେବେ ସବୁଠାରୁ ବଡକଥା, ଜିଲାଦେଇ ଯାଇଥିବା ୨୦ନଂ, ୫୨୦ନଂ ଓ ୪୯ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ନିର୍ମିତ ବସ୍‌‌ଷ୍ଟପ୍‌‌ ମାନଙ୍କରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌‌ ଲୋଗୋ ଲଗାଯାଇ ବସ୍‌‌ଷ୍ଟାଣ୍ଡ ଦର୍ଶାଇବା ଭଳି ଘଟଣାକୁ ଜାତୀୟ ରାଜପଥ ପ୍ରାଧିକରଣ କେନ୍ଦୁଝରର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଗାମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯଦିଓ ଏହି ବସ୍‌‌ଷ୍ଟପ୍‌‌ ମାନଙ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୂପାନ୍ତରୀକରଣ କରାଯାଇ ଲକ୍ଷ୍ମୀ ବସ୍‌‌ଷ୍ଟପ୍‌‌ ଲୋଗୋ ସ୍ଥାନୀତ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ବିଭାଗର ଅନୁମତି ଲୋଡା ଯାଇଥିଲା କିନ୍ତୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏଥିନିମନ୍ତେ ଅନୁମତି ଦିଆଯାଇନଥିଲେ ସୁଦ୍ଧା ରୂପାନ୍ତରୀତ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଗାମୀ କହିଛନ୍ତି। ଅପରପକ୍ଷରେ ଜିଲାବାସୀଙ୍କ ସୁବିଧା ଦୃଷ୍ଟିରୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ନିର୍ମିିତ ବସ୍‌‌ଷ୍ଟପ୍‌‌କୁ ରୂପାନ୍ତରିତ କରାଯାଇଥିବା ଜିଲାପରିଷଦର ଭାରପ୍ରାପ୍ତ ଅତିରିକ୍ତ ନିର୍ବାହୀ ଅଧିକାରୀ(ପ୍ରଶାସନ) ପ୍ରଭୁ କଲ୍ୟାଣ ଦାସଙ୍କୁ ପଚାରିବାରୁ ସେ ଏହା କହିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories