www.samajalive.in
Sunday, December 14, 2025
14.1 C
Bhubaneswar

ଚିଲିକାରେ ସବୁ ଡଙ୍ଗା ହେବ ସୌରଚାଳିତ : ଖର୍ଚ୍ଚ ହେବ ୩୧କୋଟି

ଭୁବନେଶ୍ବର : ଚିଲିକାର ଜୈବବିବିଧତାଠାରୁ ଆରମ୍ଭ କରି ନୀଳ ଜଳରାଶି ଏବଂ ସାଇବେରିଆରୁ ଉଡ଼ି ଆସୁଥିବା ଲକ୍ଷାଧିକ ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟକମାନେ ଡଙ୍ଗାରେ ଯିବାବେଳେ ସେଥିରୁ ନିର୍ଗତ ଧୂଆଁ ଅଣନିଃଶ୍ବାସୀ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଚିଲିକାରେ ସବୁ ଡଙ୍ଗାକୁ ସୌରଚାଳିତ କରିବା ଲାଗି ଶକ୍ତି ବିଭାଗ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ ହେଉଛି। ଶକ୍ତି ବିଭାଗର ଦକ୍ଷତା କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ଡଙ୍ଗା ଉପରେ ସୌର ଯନ୍ତ୍ରାଂଶ ଲଗାଇ ଡଙ୍ଗା ଚଳାଯିବ। ଏଥିଲାଗି ‘ଓରେଡ଼ା’ ପକ୍ଷରୁ ପ୍ରାୟ ୩୦.୯୫କୋଟି ଟଙ୍କାର ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହାକୁ ଚଳିତ ଆର୍ଥିକବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ବିଭାଗ ଯୋଜନା ରଖିଛି। ଯୋଜନା ଅନୁଯାୟୀ, ୫ଟି ନୂତନ ଡଙ୍ଗା କିଣାଯିବ। ସେଥିମଧ୍ୟରୁ ୨ଟି ଜଙ୍ଗଲ ବିଭାଗ ଏବଂ ୩ଟି ପର୍ଯ୍ୟଟନ ବିଭାଗ ପାଇଁ ଡେମୋ ପ୍ରଦର୍ଶନ ଲାଗି ପ୍ରଦାନ କରାଯିବ। ଏଥିରେ ୨୦ଟି ଲେଖାଏଁ ସିଟ୍ ରହିବ। ସୂଚନାଯୋଗ୍ୟ ଯେ, ୨୦୨୩ ଅକ୍ଟୋବରରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।  ବୈଠକରେ ଚିଲିକାକୁ ଆକର୍ଷଣୀୟ କରିବାପାଇଁ ସବୁ ଡଙ୍ଗାକୁ ସୌରଚାଳିତ କରାଯିବା ସହିତ ଘେରି ଉଚ୍ଛେଦ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଥିଲା।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories