www.samajalive.in
Monday, December 15, 2025
15.1 C
Bhubaneswar

ଚରଦିଆ ଏବଂ ନଳଗୋହିରା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଧାମରା : ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ଏବଂ ନଳଗୋହିରା ପଞ୍ଚାୟତରେ ଆମ ଓଡିଶା ଏବଂ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚରଦିଆ ପଞ୍ଚାୟତରେ ୧୨ଟି ପ୍ରକଳ୍ପକୁ ୫୦ଲକ୍ଷ ଟଙ୍କାର ଅନୁଦାନ, ୫ଶହ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ୧୭୩୪ଜଣ ହିତାଧିକାରୀ ଉପକୃତ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ୨ଟି ପ୍ରକଳ୍ପ ପାଇଁ ୮ଲକ୍ଷ ଟଙ୍କା, ୧୧୭୧ ପରିବାରକୁ କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ, ୭୫୩ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ, ମିଶନ ଶକ୍ତିରେ ୮୦ଟି ମିଶନ ପାଇଁ ୬୪ଲକ୍ଷ ଟଙ୍କା ରୂଣ , ୧୭୩୪ ପରିବାରକୁ ରେସନ କାର୍ଡ, ୩ଶହ ଗର୍ଭବତୀଙ୍କୁ ମମତା ସହାୟତା ଯୋଜନାରେ ସାମିଲ କରାଯାଇଥିବା ବେଳେ ନଳଗୋହିରା ପଞ୍ଚା ୟତରେ ୨୩୪୨ପରିବାରକୁ ରେସନ କାର୍ଡ , ୧୩୩ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୪ଲକ୍ଷ ଟଙ୍କା ରୂଣ , ୯୪୪ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ୧୭୫୭ ପରିବାରକୁ କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୩୪୨ଜଣ ହିତାଧିକାରୀ ଉପକୃତ ହୋଇଥିବା ବେଳେ ୧୯ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ।

ପୃଥକ ପୃଥକ ଭାବେ ହୋଇଥିବା ୨ଟି ସଭାରେ ନଳଗୋହିରା ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ, ଜିଲାପରିଷଦ, ଚରଦିଆ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ, ସରପଞ୍ଚଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ସରକାରୀ ଦଳର ଗୁଣ ବଖାଣିବା ସହ ଆଗାମୀ ଦିନରେ ପୁନଃ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟୋମକେଶ ରାୟଙ୍କୁ ଜିତାଇବାକୁ ସୁଯୋଗ ଦେବାକୁ ଦାବୀ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories