www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁରରେ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ତିରୋଧାନ ଦିବସ ପାଳିତ

ସମ୍ବଲପୁର :  ଲୋକ ସେବକ ମଣ୍ଡଳ ସମ୍ବଲପୁର ଜୋନ୍ ପକ୍ଷରୁ ରବିବାର ପୂର୍ବାହ୍ନରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ସାମ୍ବାଦିକ ଓ ସମ୍ପାଦକ, ସୁସାହିତ୍ୟିକ, ରାଷ୍ଟ୍ରନୀତିଜ୍ଞ, ଲୋକ ସେବକ ମଣ୍ଡଳ ଓଡ଼ିଶାର ପୂର୍ବତନ ରାଜ୍ୟ ସଭାପତି ତଥା ‘ଦୈନିକ ସମାଜ’ ର ପ୍ରାକ୍ତନ ସମ୍ପାଦକ, ଜନସେବକ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ତିରୋଧାନ ଦିବସ ଭକ୍ତିମୟ ପରିବେଶରେ ପାଳନ କରା ଯାଇଛି।

ଲୋକ ସେବକ ମଣ୍ଡଳ, ସ୍ଥାନୀୟ ଉପଦେଷ୍ଟା କମିଟିର ବରିଷ୍ଠ ସଭ୍ୟା ସମାଜସେବିକା ଡାକ୍ତର ନାରାୟଣୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ ସଂସ୍କୃତି ରତ୍ନ କାର୍ତ୍ତିକ ପ୍ରସାଦ ବହିଦାର, ସଦାଶିବ ମହାପାତ୍ର,  ଲୋକନାଥ ରାଉତ,  ଲିଙ୍ଗରାଜ ସାହୁ,  ଖଗେଶ୍ୱର ନାୟକ ପ୍ରମୁଖ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ପ୍ରଦାନ ସହ ପୂଜାର୍ଚ୍ଚନା କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

- Advertisement -

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ – ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଡ଼ଃ ରାଧାନାଥ ରଥ ଭାରତ ଛାଡ଼ ଆନ୍ଦୋଳନରେ ଅଂଶ ଗ୍ରହଣ କରି ୨ ବର୍ଷ କାରାବରଣ କରିଥିଲେ। ଆଠଗଡ଼ ବିଧାନ ସଭା ଆସନରୁ ସେ ୫ ଥର ବିଧାୟକ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, କୃଷି, ଉନ୍ନୟନ ଓ ଜଙ୍ଗଲ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ସେବା ପ୍ରଦାନ କରିଥିଲେ। ୧୯୬୮ ମସିହାରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରା ଯାଇଥିଲା।୧୯୯୮ ମସିହା ଫେବୃଆରୀ ମାସ ୧୧ ତାରିଖ ପବିତ୍ର ମାଘ ପୂର୍ଣ୍ଣମୀ ଦିନ ୧୦୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ଆଜି ସମ୍ବଲପୁରରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଅଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories