www.samajalive.in
Wednesday, December 10, 2025
23.1 C
Bhubaneswar

ନଳଗୋହିରା ବଜାରରେ ପାନୀୟ ଜଳର ଅଭାବ

ଧାମରା: ବାଂଶଡା ଥାନା ଅନ୍ତର୍ଗତ ନଳଗୋହିରା ବଜାରରେ ୫ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଚାନ୍ଦବାଲି ବ୍ଲକ ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ୫ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପଟି ସଂପୂର୍ଣ୍ଣ ଖରାପ ହୋଇ ପଡ଼ିବା ସାଙ୍ଗକୁ ଏଥିପାଇଁ ଲାଗିଥିବା ଯନ୍ତ୍ରାଂଶକୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ କାନ୍ଥରେ ଲାଗିଥିବା ସୂଚନାରୁ ଜଣାଯାଇଛି, ୨୦୨୦-୨୧ ଆର୍ଥିକ ବର୍ଷରେ ୫ଲକ୍ଷ ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ନିର୍ମାଣ ହୋଇଥିଲା। ସରକାରଙ୍କ ଲକ୍ଷ୍ୟ ଥିଲା ୧ଟଙ୍କା ବ୍ୟୟ ବିନିମୟରେ ସାଧାରଣ ଜନତାଙ୍କୁ ୧ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା, ମାତ୍ର ଏହାକୁ ସୁଚାରୂରୂପେ ଜନ କଲ୍ୟାଣ ନିମନ୍ତେ ଉର୍ତ୍ସଗୀକୃତ କରାଯିବାର କିଛି ସମୟ ପରେ ଏହା ସଂପୂର୍ଣ୍ଣ ଖରାପ ହୋଇ ଯାଇଥିଲା। ପରେ ଏହି ପ୍ରକଳ୍ପରେ ଲାଗିଥିବା ମୋଟର ଏବଂ ଅନ୍ୟ ଯନ୍ତ୍ରାଂଶକୁ କିଛି ଅସାମାଜିକ ଲୋକେ ଚୋରୀ କରି ନେଇ ଯାଇଥିବା ନେଇ ବାଂଶଡା ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗ ଏବଂ ଉତ୍ସର୍ଗୀକୃତ ହେବାର ୪ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଭଳି ଦିନରେ ଦିନକୁ ଦିନ ଏହି ବଜାରରେ ପିଇବା ପାଣିର ଅଭାବ ପରିଲକ୍ଷିତ ହେଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଣିଛନ୍ତି। ଏଥିସହ ଏହି ପ୍ରକଳ୍ପକୁ ଚାଲୁ କରିବା ପାଇଁ ସଂପୃକ୍ତ ବ୍ୟବସାୟୀ ଏବଂ ଜନସାଧାରଣ ଚାନ୍ଦବାଲି ବିଡିଓ, ପାନୀୟ ଜଳ ବିଭାଗୀୟ ଅଧିକାରୀ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ବହୁବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ। ତୁରନ୍ତ ଭଦ୍ରକ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories