www.samajalive.in
Monday, December 15, 2025
26.1 C
Bhubaneswar

ବିବାହ ମଣ୍ଡପ ପାଲଟିଲା ରଣକ୍ଷେତ୍ର, ଚେୟାର ଉଠାଇ ମାରପିଟ୍ ହେଲେ ବର-କନ୍ୟା ପକ୍ଷ

ଲକ୍ଷ୍ନୌ : ବିବାହ ସମୟରେ ମଜା ମସ୍ତିର ଭିଡିଓ ଅନେକ ସମୟରେ ସାମ୍ନାକୁ ଆସିଥାଏ । କିନ୍ତୁ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିବାହ ଉତ୍ସବରେ ମାରପିଟ୍ ହେଉଥିବା ନଜର ଆସୁଛି । ଇଣ୍ଟରନେଟରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସାମାନ୍ୟ କଥାକୁ ନେଇ ସମସ୍ତେ ମାରପିଟ୍ ହେଉଛନ୍ତି ।

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓଟି ଲକ୍ଷ୍ନୌର ଧର୍ମଶାଳାର ବୋଲି କୁହାଯାଉଛି । ଭିଡିଓରେ ନଜର ଆସୁଛି କି କେମିତି କିଛି ଲୋକ ଚେୟାର ଉଠାଇ ମାରପିଟ୍ ହେଉଛନ୍ତି । ଏହି ଗଣ୍ଡଗୋଳ ଏକ ବିବାହ ମଣ୍ଡପରେ ନଜର ଆସୁଛି । କୌଣସି କଥାକୁ ନେଇ ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା । କିଛି ସମୟ ମଧ୍ୟରେ ଏହା ତର୍କ ବଢି ବଢି ମାରପିଟ୍ ଯାଏଁ କଥା ଗଲା । ଶେଷରେ ସମସ୍ତେ ନିକଟରେ ଥିବା ଚେୟାର ଉଠାଇ ପରସ୍ପରକୁ ମାରିବାକୁ ଲାଗୁଛନ୍ତି । ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories