www.samajalive.in
Sunday, December 14, 2025
19.1 C
Bhubaneswar

ଦାଶପୁର ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଆଠଗଡ:ଆଠଗଡ ବ୍ଲକ ଅନ୍ତର୍ଗତ ମେଘା ପଞ୍ଚାୟତର ଦାଶପୁର ପ୍ରାଥମିକ ବିଦ୍ୟଳୟର ୨ଦିନିଆ ସୁବର୍ଣ୍ଣଜୟନ୍ତୀ ଉତ୍ସବ ଶନିବାର ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ରାଜ୍ୟ ସରକାର ପ୍ରାଥମିକସ୍ତରରୁ ଓଡିଆ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ସହିତ ଗୁଣାତ୍ମକ ଶିକ୍ଷାଦାନ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଆସୁଛନ୍ତି ବୋଲି ପ୍ରକାଶ କରିଥିଲେ।

ଆଠଗଡ ଅଞ୍ଚଳରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଏବେ ୫ଟି ବିଭାଗ ଦ୍ୱାରା ରୂପାନ୍ତରିତ ହୋଇଥିବାବେଳେ ପ୍ରାଥମିକ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ଯୋଗଦେଇ ୫୦ବର୍ଷ ପୂର୍ବରୁ ପ୍ରତିଷ୍ଠିତ ଦାଶପୁର ପ୍ରାଥମିକ ବିଦ୍ୟାଳୟରେ ଆଦ୍ୟ ଶିକ୍ଷାଲାଭ କରି ବହୁ ପୁରାତନ ଛାତ୍ର ରାଜ୍ୟ ତଥା ରାଜ୍ୟ ବାହାରେ ଉଚ୍ଚ ପଦପଦବୀରେ ପ୍ରତିଷ୍ଠିତ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିପାରିଛନ୍ତି ବଲି ପ୍ରକାଶ କରିଥିଲେ।

- Advertisement -

ସୁବର୍ଣ୍ଣଜୟନ୍ତୀ ପାଳନ କମିଟିର ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦଳେଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ, ଶିକ୍ଷାବିତ୍‍ ପ୍ରଭାକର ପତ୍ରୀ, ସରପଞ୍ଚ ବନମାଳି ଦଳେଇ, ସମିତିସଭ୍ୟ ରାଜେଶ ମଲ୍ଲିକ ଓ ଦାଶପୁର ଗ୍ରାମସଭାପତି ପ୍ରଭାକର ବେହେରା ପ୍ରମୁଖ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ସ୍କୁଲର ପ୍ରଧାନଶିକ୍ଷୟିତ୍ର ଜିନିଲତା ସେଠୀ ବାର୍ଷିକ ବିବରଣୀ ପାଠ କରିବା ଅବସରରେ ବିଦ୍ୟାଳୟର ସମସ୍ୟା ସଂପର୍କରେ ମୁଖ୍ୟଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ରଥ ବେହେରାଙ୍କର ଏକ ପ୍ରତିମୂର୍ତ୍ତି ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଏଥି ସହିତ ପୂର୍ବତନ ଶିକ୍ଷକ ଫକିର ଚରଣ ପାଣି, ରାମଚନ୍ଦ୍ର ରଥ, ବିଷ୍ଣୁଚରଣ ସାହୁ, ନିଳକଣ୍ଠ ସାମଲ, ଭରତ ଚନ୍ଦ୍ର ପାଣି, ପ୍ରଭାକର ପତ୍ରୀ, ଅକ୍ଷୟ ସେଠୀ, ଅଭୟ ସେଠୀ, ଝୁନୁରାଣୀ ପତ୍ରୀ, ସବିତା ପତ୍ରୀ ଓ ଶିବରାମ ଦାଶ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସୁବର୍ଣ୍ଣଜୟନ୍ତୀ ପାଳନ କମିଟିର ସଂପାଦକ ଧରଣୀଧର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବ ପରିଚାଳନାରେ ପୁରାତନ ଛାତ୍ର ସଂସଦର ସଭାପତି ରିଙ୍କୁ ପତ୍ରୀ ସ୍କୁଲ ପରିଚାଳନା କମିଟି ସଂପାଦକ ବିଷ୍ଣୁଚରଣ ଦାସ, ମୁରଲୀଧର ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ ରଞ୍ଜନ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories