www.samajalive.in
Sunday, December 7, 2025
14.1 C
Bhubaneswar

ଅତାବିରା ରେଳ ଲାଇନରୁ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ : ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା ପଦେବାହାଲ ରେଳ ଲାଇନର ୫୮୮/୩ପ୦୩ ଅଫ ଲାଇନରୁ ଶୁକ୍ରବାର ଅପରାହ୍ନ ୫ଟାରେ ଜଣେ ବ୍ୟକ୍ତିଙ୍କର ମୃତ ଶରୀର ରେଲୱେ ପୁଲିସ ଉଦ୍ଧାର କରିଛି । ଏହି ରେଳ ଲାଇନ୍ ରେ କାମ କରୁଥିବା ବେଳେ ଗ୍ୟାଙ୍ଗ ମ୍ୟାନ ମାନେ ରେଳ ଲାଇନ୍ କଡ଼ରେ ପଡ଼ିଥିବା ମୃତ ଶରୀରକୁ ଦେଖି ଅତାବିରା ଷ୍ଟେସନ ମାଷ୍ଟର ଙ୍କୁ ସେ ବିଷୟରେ ଜଣାଇଥିଲେ । ଷ୍ଟେସନ ମାଷ୍ଟର ଏହି ଖବରକୁ ସମ୍ବଲପୁର ରେଲୱେ ପୁଲିସକୁ ଦେଇଥିଲେ।
ଖବର ପାଇ ସମ୍ବଲପୁର ରେଲୱେ ପୁଲିସ ଅଧିକାରୀ ସୌଦାମିନୀ ନାଗଙ୍କ ନିର୍ଦ୍ଦେଶରେ ଏଏସଆଇ ଜ୍ୟୋତ୍ସ୍ନାରାଣୀ ମହାନ୍ତି ଦୁଇ ଜଣ କର୍ମଚାରୀଙ୍କ ସହ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହ ଏହାର ଅନୁସନ୍ଧାନ ଆରମ୍ଭ କରିଥିଲେ । ପୁଲିସର ଅନୁସନ୍ଧାନରୁ ମୃତ ବ୍ୟକ୍ତିଙ୍କର ପ୍ୟାକେଟରୁ ଗୋଟିଏ ଆଧାର କାର୍ଡ ,ଗୋଟିଏ ଛୋଟ କିପେଡ ମୋବାଇଲ,ଗୋଟିଏ ରେଳ ଟିକେଟ ଓ ତିନିଶହ ଟଙ୍କା ଜବତ କରିଥିଲା । ମିଳିଥିବା ଆଧାର କାର୍ଡ ଭିତ୍ତିରେ ଜଣା ପଡ଼ିଛି ଯେ ମୃତ ବ୍ୟକ୍ତି ଜଣକ ଝାଡ଼ଖଣ୍ଡ ରାଜ୍ୟର ଜିତେନ୍ଦ୍ର କୁମାର ବିଶ୍ଵକର୍ମା। ବୟସ ୩୫ ରୁ ୪୦ ବର୍ଷ ଭିତରେ । ତାଙ୍କର ପରିଚୟ ମିଳିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା। ପରିବାର ବର୍ଗ ଆସିବା ପରେ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ତେବେ କେଉଁ କାରଣରୁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ । ଏହା ଦୁର୍ଘଟଣା,ହତ୍ୟା ନା ଆତ୍ମହତ୍ୟା ତାହାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories