ଚର୍ଚ୍ଚାରେ ରହିବା ପାଇଁ ରାହୁଲ ଗାନ୍ଧୀ ମୋଦୀଙ୍କ ଜାତି କଥା ଉଠାଇଛନ୍ତି: ଅନୁରାଗ ଠାକୁର

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଆଲୋଚନା କରିଛନ୍ତି ଯେଉଁଥିରେ ରାହୁଲ ମୋଦୀଙ୍କ ଜାତି ସମ୍ପର୍କରେ କଥା ଉଠାଇଥିଲେ । ରାହୁଲ ଗାନ୍ଧୀ କହିଥିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଓବିସି ପରିବାରରେ ହୋଇନି ।

ଅନୁରାଗ ଠାକୁର ଏବେ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି କି ରାହୁଲ ଗାନ୍ଧୀ ଚର୍ଚ୍ଚାରେ ରହିବା ପାଇଁ କିଛି ବି କହିପାରନ୍ତି । ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଠାକୁର ରାହୁଲଙ୍କୁ ଟାର୍ଗେଟ୍ କରି ଜାତିବାଦ ଏବଂ କ୍ଷେତ୍ରବାଦର ରାଜନୀତି କରି ଦେଶ ବିଭାଜନ କରିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ରାହୁଲ ଗାନ୍ଧୀ ନିଜ ଟିପ୍ପଣୀରେ ଓବିସି ସମୁଦାୟକୁ ଅପମାନ କରିଛନ୍ତି, ଏଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।

କହିରଖୁଛୁ ରାହୁଲ ଗାନ୍ଧୀ ୨ ଦିନ ପୂର୍ବରୁ ଏକ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଓବିସି ପରିବାରରେ ହୋଇଥିବା କହିଥିଲେ । ସେ କହିଥିଲେ କି ଓବିସି ପରିବାରରେ ଜନ୍ମ ଗ୍ରହଣ କରିଥିବା କଥା କହି ମୋଦୀ ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି । ତେବେ ଗୁରୁବାର ସେ ପୁଣି କହିଥିଲେ କି ‘ବିଜେପିକୁ ଧନ୍ୟବାଦ । ବିଜେପି ଏହା ସ୍ପଷ୍ଟ କରିଛି କି ମୋଦୀଙ୍କ ଜନ୍ମ ଓବିସି ପରିବାରରେ ହୋଇନି ।‘ ତେବେ ତାଙ୍କର ଏହି ବୟାନ ପରେ ବିଜେପିର ଅନେକ ବରିଷ୍ଠ କର୍ମୀ ତାଙ୍କୁ କଟାକ୍ଷ କରିଛନ୍ତି ।

Comments are closed.