www.samajalive.in
Monday, December 15, 2025
15.1 C
Bhubaneswar

କ୍ରୀଡ଼ା ମାଧ୍ୟମରେ ଓଡ଼ିଶାର ଯୁବପିଢ଼ିଙ୍କୁ ଡେଣା ପ୍ରଦାନ କରୁଛି ‘ନୂଆ-ଓ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ଦୀର୍ଘ ବର୍ଷ ଧରି ଶକ୍ତି, ମହିଳା ସଶକ୍ତୀକରଣ ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ଉଦାହରଣ ଭାବେ ଉଭା ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ସ୍ପୋର୍ଟସ୍ ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିଭିନ୍ନ ଉଦାହରଣମୂଳକ ପଦକ୍ଷେପ ମାଧ୍ୟମରେ ଦେଶରେ ଆଣିଛି କ୍ରୀଡ଼ା ବିପ୍ଳବ। ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ, ହାଇ ପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଓ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ପାଇଁ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ଭାବେ ମାନ୍ୟତା ପାଇଛି।

- Advertisement -

ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ ଓ ନିୟୋଜିତ କରିବା ପାଇଁ ନଭେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଏକ ନିଆରା ପଦକ୍ଷେପ ‘ନୂଆ-ଓ’ ସହ ଓଡ଼ିଶା ନିଜର କ୍ରୀଡ଼ା ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରିଛି। ହକି, କ୍ରିକେଟ୍, ଖୋ ଖୋ ଓ ଭଲିବଲ୍ ଭଳି ୬ଟି ବିଭାଗରେ ୫୫,୦୦୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ। ଶିକ୍ଷାନୁଷ୍ଠାନ, ବ୍ଲକ, ଜିଲ୍ଲା ଓ ରାଜ୍ୟ ଆଦି ଚାରିଟି ସ୍ତରରେ ବହୁ ସଂଖ୍ୟକ ବାଳକ ଓ ବାଳିକା ସକ୍ରିୟ ଅଂଶଗ୍ରହଣ କରିଥିଲେ।

ନୂଆ-ଓ କେବଳ ଯୁବପିଢ଼ିଙ୍କୁ ଉତ୍ସାହିତ କରିନଥିଲା, ବରଂ ସେମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ସମ୍ମାନଜନକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରିଥିଲ। ବିଶ୍ୱ ହକି ତାରକାମାନେ ଯେଉଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚମତ୍କାର ଖେଳ ପ୍ରଦର୍ଶନ କରୁଥିଲେ ସେଠାରେ ହିଁ ଖେଳିବା ଜଣେ କିଶୋରଙ୍କ ପାଇଁ କୌଣସି ସ୍ୱପ୍ନ ସାକାର ହେବାଠାରୁ କମ୍ ନଥିଲା।

ସେହିପରି ଖୋ-ଖୋର ହବ୍ ଭାବେ ଖ୍ୟାତି ଅର୍ଜନ କରିଥିବା ରାଜ୍ୟର ଖୋ-ଖୋ ଖେଳାଳିଙ୍କ ପାଇଁ ପୁରୀରେ ପ୍ରତିଦ୍ୱନ୍ଦ୍ୱିତା କରିବା ଯୁବ କ୍ରୀଡ଼ା ଯାତ୍ରାରେ ଏକ ବଡ଼ ମାଇଲଖୁଣ୍ଟ ସଦୃଶ୍ୟ । ଜାତୀୟ ଭଲିବଲ୍ ପ୍ରତିଯୋଗିତା ଆୟୋଜନ କରିଥିବା ଭୁବନେଶ୍ୱର ସ୍ଥିତ କିଟ୍ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ପ୍ରତିଭାବାନ ଭଲିବଲ୍ ଖେଳାଳିଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ ସହ ସେମାଙ୍କୁ ସ୍ୱାଗତ କରାଯାଇଥିଲା।

ଏହାକୁ ଦେଖିଲେ ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କ ଉତ୍ସାହ ବଢୁଥିବା ନେଇ ଯେ କେହି ଅନୁଭବ କରିପାରିବେ । ” ନୂଆ ଓ” କ୍ରୀଡ଼ା କାର୍ଯ୍ୟକ୍ରମରେ ବିଜେତାଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯାଇଛି, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉତ୍ସାହଜନକ। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତମାନଙ୍କୁ ରାଜ୍ୟ ସରକାର ଯେଉଁ ମାନ୍ୟତା ଦେଇଛନ୍ତି ଏହା ତାହାଠାରୁ କୌଣସି ପ୍ରକାରରେ କମ୍ ନୁହେଁ।

ଯେହେତୁ ସେମାନେ ଛୋଟ ବୟସରେ ଅଛନ୍ତି, ତେଣୁ ଏହି କ୍ରୀଡ଼ା କାର୍ଯ୍ୟକଳାପ ସେମାନଙ୍କୁ ସକାରାତ୍ମକ ଢଙ୍ଗରେ ନିୟୋଜିତ କରିବା, ଦଳଗତ କାର୍ଯ୍ୟ, ଉତ୍ତରଦାୟିତ୍ବ, ବନ୍ଧୁତ୍ୱ ଏବଂ ସର୍ବୋପରି କ୍ରୀଡ଼ା ଜଗତ ସହିତ ସମ୍ପୃକ୍ତିର ଭାବନା ଶିଖାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହା ଓଡ଼ିଶାକୁ ପୁନଃସଂକଳ୍ପିତ କରିଛି ଏବଂ ଏହାକୁ ଏକ ବିଶ୍ୱସ୍ତରୀୟ ଭାବମୂର୍ତ୍ତି ପ୍ରଦାନ କରି ଗର୍ବର ଭାବନା ଆଣିଦେଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories