www.samajalive.in
Sunday, December 7, 2025
26.1 C
Bhubaneswar

ପବଜୀ ଆଣିଥିବା କମ୍ପାନୀ ଆଣିଲା ‘ଗରୁଡ ସାଗା’, ବନ୍ଧୁକ ବଦଳରେ ଖେଳାଳୀଙ୍କୁ ମିଳିବ ଧନୁ ତୀର

ନୂଆଦିଲ୍ଲୀ : ପବଜୀକୁ ବଜାରକୁ ଆଣିଥିବା କମ୍ପାନୀ କ୍ରାଫ୍ଟନ ଏବେ ଆଉ ଏକ ଗେମ୍ ନେଇଆସିଛି । ବିଜିଏମଆଇ ପରେ ଏବେ କମ୍ପାନୀ Garuda Saga ନାମକ ଏକ ଗେମର ଘୋଷଣା କରିଛି । ଏହାର ପୂର୍ବ-ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଏହି ମୋବାଇଲ ଗେମକୁ ଭାରତୀୟ ବିଷୟବସ୍ତୁ ଉପରେ ପ୍ରସ୍ତୁତ କରାଯାଇଛି । ଖେଳାଳୀଙ୍କୁ ଏଥିରେ ରୋମାଞ୍ଚକର ଖେଳର ଅନୁଭବ ମିଳିବ ।

କ୍ରାଫ୍ଟନ ଏହି ଗେମକୁ Alchemist Games ସହିତ ମିଶି ପ୍ରସ୍ତୁତ କରିଛି । ଏଥିରେ ଅନେକ ସ୍ତର ରହିଛି । ଖେଳାଳୀ ଏଥିରେ ଗରୁଡ ଭୂମିକାରେ ଖେଳିବେ । ଏଥିରେ ୧୯ ପର୍ଯ୍ୟାୟ ରହିଛି । ଗରୁଡ ପାଖରେ କେବଳ ତାର ଧନୁ ତୀର ରହିଛି ଯାହାକୁ ବ୍ୟବହାର କରି ଖେଳାଳୀ ହିରୋ ଭାବେ ଖେଳିବେ । ଖେଳ ଧିରେ ଧିରେ ଆଗକୁ ବଢିବା ସହ ଗରୁଡର ଶକ୍ତି ଓ ଦକ୍ଷତା ବଢି ବଢି ଚାଲିବ । ଆଗକୁ ମୁକାବିଲା ମଧ୍ୟ ଅଧିକ ବଢିବ, ଯାହାକୁ ଗରୁଡ ସାମ୍ନା କରିବ ।

- Advertisement -

ଏଥିରେ କମ୍ପାନୀ ତରଫରୁ ଉତ୍ତମ ଗ୍ରାଫିକ୍ସ ମିଳିବା ସହିତ ଖେଳାଳୀ ଏହାକୁ ଉପଭୋଗ କରିପାରିବେ । ଏହାକୁ ଉଭୟ ଗୁଗଲ ଏବଂ ଆପଲ ବ୍ୟବହାରକାରୀ ଡାଉନଲୋଡ କରିପାରିବେ । ପୂର୍ବ-ପଞ୍ଜୀକରଣ କରିଥିବା ବ୍ୟବହାରକାରୀଙ୍କୁ କିଛି ସ୍ବତନ୍ତ୍ର ପୁରସ୍କାର ମଧ୍ୟ ମିଳିବ । ଗେମ୍ ସହିତ କିଛି ଭିନ୍ନ ଷ୍ଟାର୍ଟର ପ୍ୟାକ୍ ମଧ୍ୟ ଦିଆଯାଏ । ଏହି ସମସ୍ତ ସୁବିଧା କେବଳ ଭାରତୀୟ ଖେଳାଳୀଙ୍କ ପାଇଁ ଉପଲବ୍ଧ ହେବ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories