ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ଛାତ୍ର ମାନଙ୍କ ପାଇଁ ଆମେରିକା ଅସୁରକ୍ଷିତ ହୋଇପଡୁଛି। ଗତ ମାସକ ସମୟ ମଧ୍ୟରେ ୪ ଜଣ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଗଲାଣି। ଏବେ ଆଉ ଜଣେ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହାଇଦ୍ରାବାଦର ସଇଦ ମଜହିର ଅଲ୍ଲୀ ବୋଲି ଜଣାପଡିଛି।ସଇଦ ମଜହିର ଅଲ୍ଲୀ ଚିକାଗୋର ଏକ ୟୁନିଭରସିଟିରେ ମାଷ୍ଟର ଡିଗ୍ରୀ କରୁଛନ୍ତି। ଗତ ୪ ତାରିଖରେ ସେ ନିଜ ଆପାର୍ଟମେଣ୍ଟ ବାହାରେ ଚାଲି ଚାଲି ଯାଉଥିବା ବେଳେ କିଛି ଯୁବକ ଏକ କାର୍ରେ ମାରଣାସ୍ତ୍ର ଧରି ଆସି ତାଙ୍କୁ ଅଚାନକ ଭାବରେ ଆକ୍ରମଣ କରିଥିଲେ। ଫଳରେ ସଇଦଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଚୋଟ ଲାଗିଥିଲା। ଏମିତିକି ଦୁର୍ବୃତ୍ତମାନେ ତାଙ୍କ ଫୋନ୍ ଏବଂ ପର୍ସ ଧରି ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣା ପରେ ସଇଦ ଏକ ଭିଡିଓ ମାଧ୍ୟମରେ ସାହାର୍ଯ୍ୟ ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି ଆମେରିକା ହେଉଛି ମୋ’ ସ୍ୱପ୍ନର ସହର । ମୁଁ ଏଠାକୁ ମୋ ସ୍ବପ୍ନ ପୂରଣ କରିବାକୁ ଆସିଥିଲି। କିନ୍ତୁ ଏହି ଘଟଣା ମୋତେ ଗଭୀର ଆଘାତ ଦେଇଛି।
Popular Categories



