www.samajalive.in
Monday, December 15, 2025
16.1 C
Bhubaneswar

ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ମୁକେଶ ଅମ୍ବାନୀ ଶୀର୍ଷ ଭାରତୀୟ ଏବଂ ବିଶ୍ୱରେ ଦ୍ୱିତୀୟ : ରିପୋର୍ଟ

ଭୁବନେଶ୍ୱର: ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ପ୍ରଥମ ଏବଂ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଏହି କ୍ରମରେ ସେ ମାଇକ୍ରୋସଫ୍ଟର ସତ୍ୟ ନାଡେଲାଙ୍କ, ଗୁଗଲର ସୁନ୍ଦର ପିଚାଇ, ଆପଲ୍ ର ଟିମ୍ କୁକ୍ ଏବଂ ଟେସଲାର ଏଲନ୍ ମସ୍କଙ୍କୁ ଅତିକ୍ରମ କରି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟେନ୍ସେଣ୍ଟର ହୁଆଟେଙ୍ଗ ମା ପ୍ରଥମ ସ୍ଥାନରେ ରହିଛନ୍ତି ।

- Advertisement -

ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ହେଉଛି ସିଇଓମାନଙ୍କର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି, ଯେଉଁମାନେ ସମସ୍ତ ହିତାଧିକାରୀ – କର୍ମଚାରୀ, ନିବେଶକ ଏବଂ ବ୍ୟାପକ ସମାଜର ଆବଶ୍ୟକତାକୁ ସନ୍ତୁଳିତ କରି ଦୀର୍ଘସ୍ଥାୟୀ ଭାବରେ ବ୍ୟବସାୟ ଗଢୁଛନ୍ତି ।

ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ଏହି ର଼୍ୟାଙ୍କିଙ୍ଗରେ ୫ ନମ୍ବର ସ୍ଥାନରେ ରହିଥିବା ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଅନିଶ ଶାହା ଷଷ୍ଠ ଓ ଇନଫୋସିସର ସଲିଲ ପାରେଖ ୧୬ ନମ୍ବର ସ୍ଥାନରେ ଅଛନ୍ତି ।

୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ମୁକେଶ ଅମ୍ବାନୀ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ସ୍ଥାନିତ ହୋଇଥିଲେ । ଚଳିତ ବର୍ଷ ସେ ଡାଇଭର୍ସିଫାଏଡ୍ କନଗ୍ଲୋମରେଟ୍ସ ମଧ୍ୟରେ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ଏକ ନମ୍ବର ସ୍ଥାନରେ ସ୍ଥାନିତ ହୋଇଛନ୍ତି ।

ଏହି ବର୍ଷର ବିଶ୍ଳେଷଣରୁ ଜଣାପଡିଛି ଯେ ସିଇଓ ମାନଙ୍କ ପ୍ରତିଷ୍ଠା ନିର୍ଣ୍ଣୟ କରିବାରେ ଇଏସଜି ଏକକ ଗୁରୁତ୍ୱପୂର୍ଣ୍ଣ ଡ୍ରାଇଭିଙ୍ଗ୍ ଫୋର୍ସ ହୋଇପାରିଛି । ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ, ବ୍ରାଣ୍ଡ ଏବଂ ବ୍ୟବସାୟ ମୂଲ୍ୟ ଗଠନ କରିବା ପାଇଁ ଏକ ବ୍ରାଣ୍ଡ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ସେହି ସିଇଓମାନଙ୍କୁ ସମ୍ମାନୀତ କରେ ଯେଉଁମାନେ ବ୍ୟବସାୟିକ ସଫଳତା, ଦୀର୍ଘକାଳୀନ ବ୍ରାଣ୍ଡ ନିର୍ମାଣ ଏବଂ ବ୍ୟକ୍ତିଗତ ପ୍ରତିଷ୍ଠା ପରିଚାଳନା ଆବଶ୍ୟକତାକୁ ସନ୍ତୁଳିତ ରଖିଥାନ୍ତି ।

ବ୍ରାଣ୍ଡ୍ ଫାଇନାନ୍ସ ଏକ ସନ୍ତୁଳିତ ସ୍କୋରକାର୍ଡ ଅନୁସରଣ କରେ ଯାହା ଜଣେ ସିଇଓଙ୍କ ନିଜ କମ୍ପାନୀର ବ୍ରାଣ୍ଡର ଅଭିଭାବକ ଏବଂ ଦୀର୍ଘମିଆଦୀ ସେୟାରହୋଲ୍ଡର ମୂଲ୍ୟର ଷ୍ଟିୱାର୍ଡ ଭାବରେ କାର୍ଯ୍ୟ କରିବାର କ୍ଷମତାକୁ ଆକଳନ କରିଥାଏ ।

ନିକଟରେ, ଏକ ଅପେକ୍ଷାକୃତ ନୂତନ ବ୍ରାଣ୍ଡ ହୋଇଥିଲେ ମଧ୍ୟ ଜିଓ ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ‘ଗ୍ଲୋବାଲ୍ ୫୦୦ – ୨୦୨୪’ ରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଥିଲା ଏବଂ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ବହୁ ଦଶନ୍ଧି ପୁରୁଣା ଭାରତୀୟ ବ୍ରାଣ୍ଡମାନଙ୍କ ଠାରୁ ଆଗରେ ରହିଥିଲା । ବ୍ରାଣ୍ଡ ଫାଇନାନ୍ସର ୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ଜିଓ ଭାରତର ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ଶୀର୍ଷରେ ରହିଥିଲା ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories