www.samajalive.in
Sunday, December 7, 2025
26.1 C
Bhubaneswar

୬ଟି ବ୍ୟାଙ୍କର ଅଂଶଧନ କିଣିବ ଏଚଡିଏଫସି, ରିଜର୍ଭ ବ୍ୟାଙ୍କ ଦେଲା ମଞ୍ଜୁରି

ନୂଆଦିଲ୍ଲୀ : ଘରୋଇ କ୍ଷେତ୍ରର ସବୁଠାରୁ ବଡ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ନିଜ ଉଭୟ ବ୍ୟବସାୟର ମିଶ୍ରଣ କରିବା ପରେ ଏବେ ଆଉ ଏକ ବଡ ପଦକ୍ଷେପ ଉଠାଇଛି । ଏଚଡିଏଫସି ବ୍ୟାଙ୍କର ବ୍ୟାଙ୍କିଂ କ୍ଷେତ୍ରରେ ଦକ୍ଷତା ଅଧିକ ମଜଭୁତ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଚଡିଏଫସି ଗ୍ରୁପର ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ପ୍ରସ୍ତାବରେ ଏଚଡିଏଫସି ୬ଟି ବ୍ୟାଙ୍କର ୯.୫୦ ପ୍ରତିଶତ ଭାଗିଦାରୀ କିଣିବାକୁ ମଞ୍ଜୁରି ମାଗିଥିଲା । ରିଜର୍ଭ ବ୍ୟାଙ୍କ ଏଚଡିଏଫସି ଗ୍ରୁପର ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇ ୟସ୍‌ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କର ୯.୫୦ ପ୍ରତିଶତ ଅଂଶଧନ କିଣିବା ପ୍ରସ୍ତାବକୁ ମଞ୍ଜୁରି ଦେଇଦେଇଛନ୍ତି ।

ଦେଶର ସବୁଠାରୁ ବଡ ପ୍ରାଇଭେଟ୍‌ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ପ୍ୟାରେଣ୍ଟ ଗ୍ରୁପ୍‌ ଏଚଡିଏଫସି ବ୍ୟାଙ୍କ ଗ୍ରୁପକୁ ୟସ୍‌ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ ସମେତ ୬ ବ୍ୟାଙ୍କରେ ଅଂଶଧନ କିଣିବାକୁ ମଞ୍ଜୁରି ମିଳିଯାଇଛି । ଏଚଡିଏଫସି ବ୍ୟାଙ୍କ ତରଫରୁ ସ୍ପଷ୍ଟ କରାଯାଇଛି କି ଏହି ମଞ୍ଜୁରି ଏଚଡିଏଫସି ବ୍ୟାଙ୍କ ଗ୍ରୁପକୁ ମିଳିଛି । ଯେଉଁଥିରେ ତାର ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀ ସାମିଲ । ଏହାର ଅନୁମତି କେବଳ ବର୍ଷେ ପାଇଁ ବୈଧ ରହିବ । ଅର୍ଥାତ ଡେଡଲାଇନ ଭିତରେ ଏଚଡିଏଫସି ଗ୍ରୁପର ଚୁକ୍ତି ପୁରା କରାନଗଲେ ଏହି ମଞ୍ଜୁରିକୁ ରଦ୍ଦ କରିଦିଆଯିବ ।

- Advertisement -

ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇ ରିଜର୍ଭ ବ୍ୟାଙ୍କ ସର୍ତ୍ତ ରଖିଛି କି ଏଚଡିଏଫସି ଗ୍ରୁପକୁ ଏକ ବର୍ଷ ଭିତରେ ସେୟାରର ଅଧିଗ୍ରହଣ କରିବାକୁ ହେବ । ଯଦି ସେ ଅସମର୍ଥ ହୁଏ ତେବେ ଏହି ମଞ୍ଜୁରି ରଦ୍ଦ ହୋଇଯିବ । ତେବେ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ କି ଏହି ଅଧିଗ୍ରହଣ ପରେ ତାଙ୍କ ବ୍ୟାଙ୍କିଂ ସେବାରେ କି ପ୍ରଭାବ ପଡିବ ? ତେବେ ଆପଣଙ୍କୁ କହିରଖୁଛୁ ଏହି ଅଧିଗ୍ରହଣର ଇଣ୍ଡସଇଣ୍ଡ ବ୍ୟାଙ୍କ, ୟସ୍‌ ବ୍ୟାଙ୍କ ବା କୌଣସି ବି ବ୍ୟାଙ୍କର ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବନି । ବ୍ୟାଙ୍କର କାମଠୁ ଆରମ୍ଭ କରି ବ୍ୟାଙ୍କିଂ ସେବାରେ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବନି । ସମସ୍ତ ସେବା ପୂର୍ବଭଳି ଜାରି ରହିବ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories