www.samajalive.in
Monday, December 15, 2025
15.1 C
Bhubaneswar

ବୌଦ୍ଧ ଭୈରବୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ, ନେଇଗଲେ ହନୁମାନଙ୍କ ଗଦା

ବୌଦ୍ଧ: ଗୋଟିଏ ପଟେ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ମନ୍ଦିର,ମସଜିଦ ଓ ଚର୍ଚ୍ଚ ଭଳି ଧର୍ମାନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରୁଥିବାବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ମନ୍ଦିରକୁ ଲୁଟ୍ କରି ବୌଦ୍ଧ ଜିଲା ପୁଲିସ ପାଇଁ ଚୋରମାନେ ନୂଆ ଚେଲେଞ୍ଜ ସୃଷ୍ଟି କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏସବୁ ମନ୍ଦିର ଗୁଡିକରୁ ଚୋରୀ ହୋଇଚାଲିଥିଲେ ମଧ୍ୟ ଚୋରଙ୍କ ଟେର ପାଇବାରେ ପୁଲିସ ବିଫଳ ହୋଇଛି।

କିଛିଦିନ ମଧ୍ୟରେ ବୌଦ୍ଧର ଜଳେଶ୍ୱର ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର, ହନୁମାନ ମନ୍ଦିରରୁ ଚୋରମାନେ ହୁଣ୍ଡି ଭାଙ୍ଗି ଟଙ୍କା, ଅଳଙ୍କାର ଚୋରୀ କରିନେବା ସହିତ ହନୁମାନଙ୍କ ଗଦାକୁ ମଧ୍ୟ ନେଇଯାଇଛନ୍ତି। ରବିବାର ରାତ୍ରିରେ ପୁଣିଥରେ ସହରର କେନ୍ଦ୍ରସ୍ଥଳରେ ଥିବା ପ୍ରତ୍ୟକ୍ଷ ଠାକୁରାଣୀ ଭୈରବୀଙ୍କ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରମାନେ ସମସ୍ତ ଟଙ୍କା ପଇସା ନେଇଯାଇଥିବା ଜଣାଯାଇଛି।

- Advertisement -

ସକାଳୁ ପୂଜକ ଆସି ଦେବୀଙ୍କ ମନ୍ଦିର ଖୋଲିବାପରେ ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ। ହୁଣ୍ଡିକୁ ଲୁଟ କରିବାପରେ ଚୋରମାନେ ମନ୍ଦିର ପରିସରରେ ଫିଙ୍ଗି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏ ସଂପର୍କରେ ପୁଲିସକୁ ସୂଚନା ଦିଆଯିବାପରେ ଘଟଣାର ତଦନ୍ତ ଚାଲିଥିବା ଜଣାଯାଇଛି। ସେହିପରି ଗୋଟିଏ ଦିନରେ ହରଭଙ୍ଗା ବ୍ଲକ ଚାରିଛକ ନିକଟସ୍ଥ ଠିଡକାଜୋର ଜଗନ୍ନାଥ ମନ୍ଦିରରୁ ମଧ୍ୟ ଚୋରୀ ହୋଇଥିବା ଜଣାପଡିଛି।

ବାରମ୍ବାର ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ଗୁଡିକରୁ ଚୋରୀ କାହିଁକି ଏବଂ ଏହା ହିନ୍ଦୁ ଧର୍ମ ବିରୋଧୀଙ୍କ ଷଡଯନ୍ତ୍ର ହୋଇପାରେ ବୋଲି ଜିଲା ବିଜେପି ପକ୍ଷରୁ ପ୍ରତ୍ରିକିୟା ପ୍ରକାଶ କରାଯାଇଛି। ଜିଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରାଯାଇଛି।

ଜିଲାରେ ବେଆଇନ ଗଂଜେଇ,ମଦ ସହିତ ନିଶା କାରବାର ବୃଦ୍ଧି ପାଇଥିବାବେଳେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ହିନ୍ଦୁମାନଙ୍କ ଆସ୍ଥାର ପ୍ରତୀକ ଦେବା ଦେବୀଙ୍କ ମନ୍ଦିର ଗୁଡିକରୁ ଚୋରୀ ହେଉଥିବାବେଳେ ତୁରନ୍ତ ଚୋରଙ୍କୁ ଗିରଫ କରିବା ସହିତ ଏହାର ପଛର କାରଣ ଜନସାଧାଣଙ୍କୁ ଅବଗତ କରାଇବାକୁ ବିଜେପି ଦାବି କରିଛି। ପୁଲିସ ପ୍ରଶାସନ ଯଦି ଅଭିଯୁକ୍ତମାନଙ୍କୁ ଆଗାମି ୭ ଦିନ ମଧ୍ୟରେ ନଧରିନ୍ତି ତାହାହେଲେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଛନ୍ତି।

ବିଜେପିର ସାଧାରଣ ସମ୍ପାଦକ ପ୍ରେମାନନ୍ଦ ମିଶ୍ର ବୌଦ୍ଧ ଜିଲାରେ ଦିନକୁ ଦିନ ରୋହଙ୍ଗିଆଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେମାନଙ୍କ ସମ୍ବନ୍ଧରେ କୌଣସି ଯାଞ୍ଚ କରାନଯାଇ ପ୍ରଶାସନ ତରଫରୁ ସେମାନଙ୍କୁ ଥଇଥାନ କରାଯାଉଛି ବୋଲି ସଙ୍ଗିନ ଅଭିଯୋଗ କରିଛନ୍ତି।

ଚୋରୀ ହୋଇଥିବା ମନ୍ଦିରଗୁଡିକୁ ବିଜେପିର ଏକ ପ୍ରତିନିଧି ଦଳ ଯାଇ ଅନୁଧ୍ୟାନ କରିଥିବାବେଳେ ମନ୍ଦିର ପରିସରରେ ଗଂଜେଇ ଚିଲମର ଟୁକୁଡା,ମଦବୋତଲ ଆଦି ପଡିଥିବାରୁ ପୁଲିସର ଅପାରଗତାରୁ ଧର୍ମାନୁଷ୍ଠାନ ଗୁଡିକ ଅସାମାଜିକଙ୍କ ଆଡ୍ଡା ପାଲିଟିଥିବା ଅଭିଯୋଗ କରାଯାଇଛି।

ସରକାର ମନ୍ଦିରଗୁଡିକର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ ସେଗୁଡିକର ସୁରକ୍ଷା ନେଇ ଚିନ୍ତା କରୁନାହାନ୍ତି । ଯାହାଫଳରେ ମନ୍ଦିର ଗୁଡିକ ଅସୁରକ୍ଷିତ ହୋଇପଡିଛି। ତେଣୁ ମନ୍ଦିର ଗୁଡିକରେ ସିସିଟିଭି ଲଗାଇବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନିରେ ଜିଲ୍ଲା ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ, ଜିଲ୍ଲା ସାଧାରଣ ସଂପାଦକ ପ୍ରେମାନନ୍ଦ ମିଶ୍ର, ତାପସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories