www.samajalive.in
Wednesday, December 10, 2025
17.1 C
Bhubaneswar

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, ୭ ଗୁରୁତର

କେନ୍ଦୁଝରଗଡ଼: କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ଠାରେ ସିରିଜ ଦୁର୍ଘଟଣା ଘଟିଛି । ସୋମବାର ସକାଳୁ ଟାଉନ ଥାନା ଅନ୍ତର୍ଗତ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି।  ଖବର ଅନୁଯାୟୀ ଏକା ସାଙ୍ଗରେ ୩ଟି ଟ୍ରକ ଏଵଂ ୪ଟି ବାଇକକୁ ଧକ୍କା ଦେଇଛି ଆଉ ଏକ ଟ୍ରକ। ଏହି ଦୁର୍ଘଟଣାରେ ୪ଟି ବାଇକ୍ ଭାଙ୍ଗି ଚୂରମାର ହୋଇ ଯାଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଏକ ଟ୍ରକ୍ କଲିକତା ଅଭିମୁଖେ ଯାଉଥିଲା। ଘାଟିରୁ ଓହ୍ଲାଇବା ସମୟରେ ଟ୍ରକର ବ୍ରେକ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ୍  ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତରଙ୍କ ପରିଚୟ ମିଳିନଥିବାବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଟାଉନ ଥାନା ପୁଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories