www.samajalive.in
Tuesday, December 9, 2025
15.1 C
Bhubaneswar

‘ଆଇଏନ୍‌ଏସ୍‌ ସନ୍ଧ୍ୟାୟକ’ ନୌସେନାରେ ସାମିଲ

ବିଶାଖାପାଟଣା : ଭାରତୀୟ ନୌସେନାରେ ଶନିବାର ସାମିଲ ହୋଇଛି ଆଇଏନଏସ୍‌ ସନ୍ଧ୍ୟାୟକ ଜାହାଜ। ସମୁଦ୍ରରେ ଶତ୍ରୁପକ୍ଷ ଜାହାଜର ଗତିବିଧି ଉପରେ ନଜର ରଖିବା ଆଇଏନଏସ୍‌ ସନ୍ଧ୍ୟାୟକର ଦାୟିତ୍ବ। ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାରଙ୍କ ଉପସ୍ଥିତିରେ ବିଶାଖାପାଟଣାରେ ଆଇଏନଏସ୍‌ ସନ୍ଧ୍ୟାୟକର ଜଳାବତରଣ କରାଯାଇଥିଲା। ବିଶାଖାପାଟଣାରେ ରାଜନାଥ ସିଂହ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜନାଥ କହିଥିଲେ ଭାରତୀୟ ନୌସେନା ବେଶ୍‌ ଶକ୍ତିଶାଳୀ ହୋଇପାରିଛି। ଭାରତ ମହାସାଗରରେ ପଣ୍ୟବାହୀ ଜାହାଜଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଭାରତୀୟ ନୌସେନା ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭାରତ ମହାସାଗରରେ ଥିବା ଏକାଧିକ ଚେକ୍‌ ପଏଣ୍ଟ ଦେଇ ପ୍ରତିଦିନ ବହୁସଂଖ୍ୟକ ପଣ୍ୟବାହୀ ଜାହାଜ ଚଳାଚଳ କରୁଥିବାରୁ ସେଗୁଡ଼ିକ ଉପରେ ଜଳଦସ୍ୟୁଙ୍କ ନଜର ରହୁଛି। ଜଳଦସ୍ୟୁଙ୍କ ଠାରୁ ପଣ୍ୟବାହୀ ଜାହାଜଗୁଡ଼ିକୁ ସୁରକ୍ଷା ପ୍ରଦାନ ସହ ଜଳପଥରେ ଚୋରା କାରବାର ରୋକିବାକୁ ଭାରତୀୟ ନୌସେନା ପ୍ରଶଂସନୀୟ କାର୍ଯ୍ୟ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories