www.samajalive.in
Monday, December 8, 2025
14.1 C
Bhubaneswar

ବିହାର କ୍ୟାବିନେଟ ବିଭାଗ ଆବଣ୍ଟିତ: ନୀତୀଶ ରଖିଲେ ଗୃହ, ବିଜେପିକୁ ଦେଲେ ଅର୍ଥ

ଡେସ୍କ: ନୂଆ ବିହାର କ୍ୟାବିନେଟରେ ଆଜି ବିଭାଗ ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ନିଜ ପାଖରେ ରଖିଥିବା ବେଳେ ବିଜେପିକୁ ଅର୍ଥ ବିଭାଗ ପ୍ରଦାନ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୃହ ବିଭାଗ ବ୍ୟତୀତ କ୍ୟାବିନେଟ ସଚିବାଳୟ, ନିର୍ବାଚନ, ଭିଜିଲାନ୍ସ, ସାଧାରଣ ପ୍ରଶାସନ ଏବଂ ଅନ୍ୟ କାହାକୁ ଆବଣ୍ଟିତ ହୋଇନଥିବା ସମସ୍ତ ବିଭାଗ ନିଜ ପାଖରେ ରଖିଛନ୍ତି।

ରେଳ ମାନଚିତ୍ରରେ ଯୋଡି ହେଲା ସୁବର୍ଣ୍ଣପୁର, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

- Advertisement -

ଉପ-ମୁଖ୍ୟମନ୍ତ୍ରୀ ହୋଇଥିବା ରାଜ୍ୟ ବିଜେପି ମୁଖ୍ୟ ସମ୍ରାଟ ଚୌଧୁରୀଙ୍କୁ ଅର୍ଥ ବିଭାଗ ମିଳିଛି। ଅର୍ଥ ବ୍ୟତୀତ ଚୌଧରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ତାଙ୍କୁ ବାଣିଜ୍ୟିକ କର, ସହରୀ ବିକାଶ ଏବଂ ଗୃହ ନିର୍ମାଣ, କ୍ରୀଡା, ପଞ୍ଚାୟତ ରାଜ, ପଶୁପାଳନ, ମତ୍ସ୍ୟ ଏବଂ ଆଇନ ବିଭାଗ ପ୍ରଦାନ କରାଯାଇଛି।

ଚୌଧୁରୀଙ୍କ ଦଳର ସହକର୍ମୀ ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ କୃଷି, ରାସ୍ତା ନିର୍ମାଣ, ରାଜସ୍ୱ ଏବଂ ଜମି ସଂସ୍କାର, ଖଣି ଏବଂ ଭୂବିଜ୍ଞାନ, ଆଖୁ, ଶ୍ରମ ସମ୍ବଳ, କଳା, ସଂସ୍କୃତି ଏବଂ ଯୁବ ବ୍ୟାପାର, କ୍ଷୁଦ୍ର ଜଳ ସମ୍ପଦ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଦିଆଯାଇଛି। ନଅ ସଦସ୍ୟ ବିଶିଷ୍ଟ କ୍ୟାବିନେଟରେ ଥିବା ବରିଷ୍ଠ ବିଜେପି ନେତା ପ୍ରେମ କୁମାରଙ୍କୁ ସମବାୟ ସମିତି, ଓବିସି ଏବଂ ଅତ୍ୟନ୍ତ ପଛୁଆ ଶ୍ରେଣୀ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଦାୟିତ୍ୱ ଦିଆଯାଇଛି। ସେହିପରି ଜେଡି (ୟୁ) ନେତା ବିଜୟ କୁମାର ଚୌଧୁରୀଙ୍କୁ ଜଳ ସମ୍ପଦ, ପରିବହନ, କୋଠା ନିର୍ମାଣ, ଶିକ୍ଷା ଏବଂ ସୂଚନା ତଥା ଜନ ସମ୍ବଳ ଓ ସଂସଦୀୟ କାର୍ଯ୍ୟ ବିଭାଗ ପ୍ରଦାନ କରାଯାଇଛି।

ବରିଷ୍ଠ ଜେଡି (ୟୁ) ନେତା ବିଜେନ୍ଦ୍ର ଯାଦବ ଶକ୍ତି, ଏକ୍ସାଇଜ୍, ଯୋଜନା ତଥା ବିକାଶ, ଗ୍ରାମୀଣ କାର୍ଯ୍ୟ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ପାଇଛନ୍ତି। ଜେଡି (ୟୁ) ନେତା ଶ୍ରବଣ କୁମାରଙ୍କୁ ସାମାଜିକ କଲ୍ୟାଣ, ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ବ୍ୟତୀତ ଗ୍ରାମୀଣ କଲ୍ୟାଣ ବିଭାଗ ମିଳିଛି। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସନ୍ତୋଷ କୁମାର ସୁମନ ଏସସି ଏବଂ ଏସଟି କଲ୍ୟାଣ ଓ ସୂଚନା ପ୍ରଯୁକ୍ତିବିଦ୍ୟା ପାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories