www.samajalive.in
Saturday, December 6, 2025
15.1 C
Bhubaneswar

ରେଳ ମାନଚିତ୍ରରେ ଯୋଡି ହେଲା ସୁବର୍ଣ୍ଣପୁର, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ସୁବର୍ଣ୍ଣପୁରରୁ ଆଜି ବହୁ ପ୍ରତୀକ୍ଷିତ ପ୍ରଥମ ରେଳଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ଦିନରୁ ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣର ବଲାଙ୍ଗୀର ପଟୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ୫୦କିମି ରେଳପଥ ନିର୍ମାଣ ପରେ ଆଜିଠୁ ନୂତନ ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଫେବୃୟାରୀ ୮ ତାରିଖରୁ ସୋନପୁର-ପୁରୀ ଏକ୍ସପ୍ରେସ ସପ୍ତାହର ଶୁକ୍ରବାର ଯିବା ଆସିବା କରିବ। ଭୁବନେଶ୍ୱର-ବଲାଙ୍ଗୀର ସୁପର ଫାଷ୍ଟ ଏକ୍ସପ୍ରେସକୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବା ବେଳେ ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ମାଟିରୁ ଶ୍ରୀକ୍ଷେତ୍ର ପୁରୀକୁ ଏକ ସାପ୍ତାହିକ ଏକ୍ସପ୍ରେସ ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଏଥିସହ ପ୍ରତିଦିନ ବଲାଙ୍ଗୀର-ସୁବର୍ଣ୍ଣପୁର ରେଳପଥରେ ୨ଟି ପାସେଞ୍ଜର ଟ୍ରେନ ମଧ୍ୟ ଲୋକାର୍ପିତ ହୋଇଛି।

ସୁବର୍ଣ୍ଣପୁର ନୂତନ ରେଳ ଷ୍ଟେସନ ଠାରେ ଆୟୋଜିତ ଏହି ଐତିହାସିକ ଉଦଘାଟନୀ ସମାରୋହରେ ରେଳବାଇର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମ କରି ରେଳ ଚଳାଚଳ କରିଥିବାରୁ ସମାରୋହରେ ଉପସ୍ଥିତ ହଜାର ହଜାର ଲୋକ ନୂତନ ରେଳଯାତ୍ରାକୁ ସ୍ୱାଗତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମଥର ପାଇଁ ଅମୃତ କାଳରେ ରେଳସେବା ପାଇଥିବାରୁ ଜିଲ୍ଲାବାସୀ ଖୁସି ହେବା ସହ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories