www.samajalive.in
Saturday, December 6, 2025
15.1 C
Bhubaneswar

ଅଯୋଧ୍ୟା ରାମମନ୍ଦିର ; ୧୧ ଦିନରେ ୧୨ କୋଟି ଦାନ

ଅଯୋଧ୍ୟା : ରାମଭକ୍ତମାନେ ମନଖୋଲା ରାମଲାଲାଙ୍କ ଦରବାରରେ ଦାନ କରୁଥିବା ଖବର ସାମ୍ନାକୁ ଆସିଛି। ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନରେ ଭକ୍ତମାନେ ଏହି ଦାନ କରୁଛନ୍ତି। ଜାନୁଆରୀ ୨୩ ଠାରୁ ରାମଲାଲାଙ୍କୁ ସର୍ବସାଧାରଣ ଦର୍ଶନ କରୁଛନ୍ତି ଓ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ସେବେ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୧ ଦିନ ମଧ୍ୟରେ ରାମଲାଲାଙ୍କ ନିକଟରେ ପ୍ରାୟ ୧୨ କୋଟି ଟଙ୍କା ଦାନ ହୋଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅର୍ଥାତ ୨୨ ଜାନୁଆରୀରେ ସମାରୋହରେ ପହଞ୍ଚିଥିବା ପ୍ରାୟ ୮ ହଜାର ଅତିଥି ଦାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ବିଜେପି ବିଧାୟକ ୧୧ ଫେବ୍ରୁଆରୀରେ ରାମଲାଲାଙ୍କୁ ଦର୍ଶନ କରିବେ।
ନବନିର୍ମିତ ରାମମନ୍ଦିରର ବାର୍ଷିକ ଉତ୍ସବ ତାଲିକା ପ୍ରସ୍ତୁତ ହୋଇ ସାରିଛି। ନୂଆ ମନ୍ଦିରରେ ପ୍ରଥମ ଉତ୍ସବ ରୂପେ ୧୪ ଫେବ୍ରୁଆରୀରେ ବସନ୍ତ ପଞ୍ଚମୀ ପାଳନ କରାଯିବ। ମା’ସରସ୍ୱତୀଙ୍କୁ ଏହିଦିନ ପୂଜାର୍ଚ୍ଚନା କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ବର୍ଷସାରା ରାମଙ୍କ ମନ୍ଦିରରେ ପ୍ରାୟ ୧୨ ପ୍ରମୁଖ ଉତ୍ସବ ତଥା ପର୍ବ ପାଳନ କରାଯିବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories