www.samajalive.in
Monday, December 8, 2025
16.1 C
Bhubaneswar

କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ..କ୍ଷୀର ଦିନରେ ପିଇବା ଦ୍ବାରା ଅଳସୁଆ ଅନୁଭବ ହୋଇଥାଏ

କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ..
କ୍ଷୀର :
କ୍ଷୀରରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ଦିନରେ ପିଇବା ଦ୍ବାରା ଅଳସୁଆ ଅନୁଭବ ହୋଇଥାଏ। ତେଣୁ କ୍ଷୀରକୁ ରାତିରେ ପିଇବା ଦ୍ବାରା ସଠିକ ଭାବେ ନିଦ ହୋଇଥାଏ। ଏହାସହ ହଜମ ମଧ୍ୟ ଠିକ ଭାବେ ହୋଇଥାଏ।
ଦହି :
ରାତିରେ ଦହି ଖାଇବାକୁ ବାରଣ କରାଯାଇଛି। କାରଣ ରାତିରେ ଦହି ଖାଇବା ଦ୍ବାରା ଶରୀରର ଉଷ୍ମତା ବୃଦ୍ଧି ହୋଇଥାଏ। ଯାହାଦ୍ବାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ରାତିରେ ଦହି ଖାଇବା ଦ୍ବାରା ଥଣ୍ଡା ହେବା ସହ କଫ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଦହିକୁ ଦିନରେ ଖାଇବା ଦ୍ବାରା ଶରୀରକୁ ସଠିକ ପରିମାଣରେ ପୋଷକତତ୍ତ୍ବ ମିଳିଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ।
ଗ୍ରୀନ ଟି :
ଗ୍ରୀନ ଟି ପିଇବା ଦ୍ବାରା ଶରୀରକୁ ସତେଜ ଅନୁଭବ ହୋଇଥାଏ। ଏହା ଶରୀର ପାଇଁ ଉପକାରୀ ଅଟେ। କିନ୍ତୁ ଏହାକୁ ଠିକ ସମୟରେ ନ ପିଇବା ଦ୍ବାରା ଏସିଡିଟି ହୋଇଥାଏ। ତେଣୁ ସର୍ବଦା ସକାଳ ସମୟରେ ଗ୍ରୀନ ଟି ପିଇବା ଉଚିତ।
ସେଓ :
ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମସ୍ତେ ସେଓ ଖାଇ ଥାଆନ୍ତି। ଏହାକୁ ଠିକ ସମୟରେ ନ ଖାଇବା ଦ୍ବାରା ପାକସ୍ଥଳୀରେ ଏସିଡର ପରିମାଣ ବୃଦ୍ଧି ହୋଇଥାଏ। ବିଶେଷ କରି ସେଓକୁ ରାତିରେ ଖାଇବା ଉଚିତ ନୁହେଁ। ଏହାକୁ ରାତିରେ ଖାଇବା ଦ୍ବାରା ଶରୀରରେ ଅମ୍ଳତ୍ବ ବୃଦ୍ଧି ପାଇଥାଏ। ତେଣୁ ଦିନ ବେଳା ସେଓ ଖାଆନ୍ତୁ।
କଦଳୀ :
ସାଧାରଣତଃ ରାତିରେ କଦଳୀ ଖାଇବା ଦ୍ବାରା ଥଣ୍ଡା ଓ କଫ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଲି ପେଟରେ କଦଳୀ ଖାଇବା ଦ୍ବାରା ପାକସ୍ଥଳୀରେ ସମସ୍ୟା ଦେଖା ଦେଇଥାଏ। ଦିନ ବେଳେ କଦଳୀ ଖାଇବା ଉଚିତ। କାରଣ ଏହା ଦିନରେ ସଠିକ ଭାବେ ହଜମ ହୋଇପାରେ। ଏହାସହ ଛାତି ଜଳାପୋଡା ସମସ୍ୟାରୁ ମୁକ୍ତି ଦେଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories