www.samajalive.in
Saturday, December 6, 2025
26.1 C
Bhubaneswar

ଅଭିନେତାରୁ ରାଜନେତା ସାଜିଲେ ଥଲପତି ବିଜୟ; ଘୋଷଣା କଲେ ଦଳର ନାଁ

ହାଇଦରାବାଦ: ତାମିଲ ସୁପରଷ୍ଟାର ଥଲପତି ବିଜୟ ଅଭିନୟ କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିବା ପରେ ଏବେ ରାଜନୀତି ଜଗତରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି। ନିଜ ଦଳର ନାଁ ତାମିଲଗା ଭେଟ୍ରି କଜମ ରଖିଛନ୍ତି ଅଭିନେତା। ଲୋକସଭା ନିର୍ବାଚନ ପୂର୍ବରୁ ଥଲପତି ନିଜ ଦଳର ନାଁ ଘୋଷଣା କରିଛନ୍ତି ସତ, କିନ୍ତୁ ସେ ନିର୍ବାଚନ ଲଢିବେନି। ଏ ସୂଚନା ମଧ୍ୟ ସେ ଦେଇଛନ୍ତି। ଅଭିନେତା ବିଜୟ ଏକ ବୟାନ ଜାରି କରି କହିଛନ୍ତି, ‘‘ଆମେ ଲୋକସଭା ନିର୍ବାଚନ ୨୦୨୪ ଲଢୁନାହୁଁ ଏବଂ ଆମେ କୌଣସି ଦଳକୁ ସମର୍ଥନ ମଧ୍ୟ କରିବୁ ନାହିଁ। ସାଧାରଣ ଏବଂ କାର୍ଯ୍ୟକାରିଣୀ ପରିଷଦ ବୈଠକ ପାଇଁ ଆମେ ଏହି ନିଷ୍ପତ୍ତି ନେଇଛୁ।’’ ଏଠାରେ ସୂଚନାଯୋଗ୍ୟ, ଥଲପତି ରାଜନୀତିରେ ଯୋଗଦେବା ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା।


ଅଭିନୟ ବ୍ୟତୀତ ଥଲପତି ବିଜୟ ସାମାଜସେବା ପାଇଁ ମଧ୍ୟ ବେଶ୍ ଜଣାଶୁଣା। ଡିସେମ୍ବର ୨୦୨୩ରେ ବିଜୟ ଥୁଥୁକୁଡି ଏବଂ ତିରୁନେଲଭେଲି ଜିଲାର ବନ୍ୟା ପ୍ରଭାବିତ ବାସିନ୍ଦାଙ୍କୁ ସାହାଯ୍ୟ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories