www.samajalive.in
Saturday, December 6, 2025
14.1 C
Bhubaneswar

ଆଇଡିବିଆଇ ବ୍ୟାଙ୍କର ବିକ୍ରିକୁ ନେଇ ଆସିଲା ବଡ ଖବର, ସମୟ ସୀମା ଧାର୍ଯ୍ୟ କଲେ ସରକାର

ନୂଆଦିଲ୍ଲୀ : ଆଇଡିବିଆଇ ବ୍ୟାଙ୍କର ବିକ୍ରିକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସରକାର ଏହାର ବିକ୍ରି ପ୍ରକ୍ରିୟା ସାରିବାର ସମୟ ସୀମା ଧାର୍ଯ୍ୟ କରିସାରିଛନ୍ତି । ଆଗାମୀ ଆର୍ଥିକ ବର୍ଷ ୨୦୨୪-୨୫ରେ ଆଇଡିବିଆଇ ବ୍ୟାଙ୍କର ବିକ୍ରି ପୁରା ହୋଇଯିବ ।

ନିବେଶ ଏବଂ ସାର୍ବଜନିକ ପରିସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ତୁହିନ କାନ୍ତା ପାଣ୍ଡେ କହିଛନ୍ତି କି ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟା ଜାରି ରହିଛି । ନିୟାମକର ମଞ୍ଜୁରି ମିଳିବା ପରେ ଆର୍ଥିକ ବୋଲି ନିମନ୍ତେ ଡକାଯିବ । ସରକାର ଏଲଆଇସି ସହିତ ଆଇଡିବିଆଇ ବ୍ୟାଙ୍କରେ ପ୍ରାୟ ୬୧ ପ୍ରତିଶତ ଭାଗିଦାରୀ ବିକ୍ରି କରୁଛନ୍ତି । ଅକ୍ଟୋବର ୨୦୨୨ରେ କ୍ରେତାଙ୍କୁ ବୋଲି ପାଇଁ ନିମନ୍ତ୍ରିତ କରାଯାଇଥିଲା ।

- Advertisement -

କେନ୍ଦ୍ର ସରକାର ତଥା କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ର ଉଦ୍ୟମ ଦ୍ବାରା ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ୧.୫୦ ଲକ୍ଷ କୋଟି ଟଙ୍କା ସମ୍ପତ୍ତିର ମୁଦ୍ରୀକରଣର କରାଯିବା ଅନୁମାନ କରାଯାଉଛି । ଏହା ୧.୭୫ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟରୁ ସାମାନ୍ୟ କମ୍ । ନିବେଶ ଏବଂ ସାର୍ବଜନିକ ପରିସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ତୁହିନ କାନ୍ତା ପାଣ୍ଡେ କହିଛନ୍ତି କି ଏହି ବର୍ଷ ପରିସମ୍ପତ୍ତି ମୁଦ୍ରୀକରଣର ଲକ୍ଷ୍ୟ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ଥିଲା ଏବଂ ଏହା ମାଧ୍ୟମରେ ଆମେ ୧.୫୦ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ଯାଉଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories