www.samajalive.in
Friday, December 5, 2025
20.1 C
Bhubaneswar

ଭୁଲରେ ବି ଏହି ନମ୍ବରରୁ କଲ ଆସିଲେ ରିସିଭ୍‍ କରନ୍ତୁ ନାହିଁ, ଆକାଉଣ୍ଟ ହେଇଯିବ ଖାଲି

ଡେସ୍କ: ଯଦି ଆପଣଙ୍କ ପାଖକୁ କୌଣସି ଅଜଣା ନମ୍ବରରୁ ଭିଡ଼ିଓ କିମ୍ବା +୮୪, +୬୨, +୬୦ ନମ୍ବରରୁ କଲ ଆସୁଛି ତେବେ ସାବଧାନ ହୋଇଯାଆନ୍ତୁ । ଏହାକୁ ରିସିଭ୍‍ କରିବାର କୌଣସି ଆବଶ୍ୟକତା ନାହିଁ । ଏହିପରି କଲ୍‍ ଆପଣଙ୍କୁ ଠକାମିରେ ପକାଇପାରେ । ଏବଂ ଆପଣଙ୍କ ଆକାଉଣ୍ଟରେ ଥିବା ଟଙ୍କା କିଛି ସମୟରେ ଲୁଟ ହୋଇପାରେ । ଏହାକୁ ନେଇ ସରକାର ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି ।

ଗତ କିଛି ମାସ ମଧ୍ୟରେ ୱାଟସ ଆପ୍‍ରେ +୮୪, +୬୨, +୬୦ ନମ୍ବରରୁ ଅଧିକ କଲ ଆସିବା ଆରମ୍ଭ ହୋଇଛି । ମାଲେସିଆ, କେନିଆ, ଭିଏତନାମ ଏବଂ ଇଥିଓପିଆରୁ ଏଭଳି ନମ୍ବରରୁ କଲ ଆସୁଥିବା ଜଣାପଡିଛି । ଏହି ଆଇଏସଡି ନମ୍ବରରୁ କଲ ଗୁଡିକ ସାଧାରଣତ ଭିଡ଼ିଓ କଲ ଅଟେ । ଏଗୁଡିକ ବ୍ୟତୀତ ଭାରତୀୟ କୋଡ୍‍ ସହିତ କିଛି ନମ୍ବରରୁ କଲ ଆସୁଥିବା ଅଜଣା ନମ୍ବର ମଧ୍ୟ ବିପଜ୍ଜନକ ହୋଇଛି । ଏହିସବୁ ନମ୍ବରରୁ ଭିଡ଼ିଓ କଲ କରାଯାଉଛି । ଯଦି ଆପଣ ଏହି କଲ ରିସିଭ୍‍ କରିବେ ଏବଂ କିଛି ସମୟ କଥା ହେବେ ସେହି ସମୟ ମଧ୍ୟରେ ସାଇବର ଠକ ସେମାନଙ୍କ କାମ କରିସାରିଥିବେ । ସାଇବର ଠକଙ୍କୁ କେବଳ କିଛି ସେକେଣ୍ଡର ଏକ ଭିଡ଼ିଓ ଦରକାର ହୋଇଥାଏ, ଯେଉଁଥିରେ ଆପଣଙ୍କ ଚେହେରା ଦୃଶ୍ୟମାନ ହେଉଥିବ । ଏହାପରେ ଆପଣଙ୍କ ଚେହେରାକୁ ଅଶ୍ଳୀଳ ଭିଡ଼ିଓ ସହିତ ଏଡିଟ୍‍ ହୁଏ ଏବଂ ଆରମ୍ଭ ହୁଏ ବ୍ଲାକମେଲିଂ ।

- Advertisement -

ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବାକୁ ବାରମ୍ବାର ଧମକ ଦେଇ ଟଙ୍କା ଲୁଟିଥାନ୍ତି ଏହି ସାଇବର ଠକ । ୱାଟସ୍‍ ଆପ୍‍ ପକ୍ଷରୁ ଏଭଳି କଲ ରିସିଭ୍‍ କରିବାକୁ ମନା କରାଯାଇଛି । କଲ କାଟିବା ସହିତ ତୁରନ୍ତ ଏହି ନମ୍ବରକୁ ବ୍ଲାକ ଲିଷ୍ଟରେ ପକାଇବାକୁ କୁହାଯାଇଛି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories