www.samajalive.in
Monday, December 15, 2025
27.1 C
Bhubaneswar

ଓୟୁଏଟିରେ ମହାବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଡେସ୍କ:ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟର ସାଇନ୍ସ କମିଟି ଦ୍ଵାରା ୫୮ତମ ମହାବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ସାଇନ୍ସ କମିଟି ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଡଃ.ନନ୍ଦିତା ସ୍ୱାଇଁ ବିଜ୍ଞାନ ପ୍ରଦର୍ଶନୀ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନରେ ରୁଚି ସହିତ ନିଜର ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ହୋଇପାରୁଛି ବୋଲି କହିଥିଲେ।

ଫେବୃଆରୀ ୯ରୁ ଓଡିଶା ବିଜେପିର ଗାଁକୁ ଚାଲ ଅଭିଯାନ

- Advertisement -

ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୬୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ସହିତ ୩୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ସିଫାର ପ୍ରଧାନ ବୈଜ୍ଞାନିକ ଡଃ. ପ୍ରିୟବ୍ରତ ସ୍ୱାଇଁ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଡଃ. ବାସୁଦେବ କରଙ୍କ ଦ୍ବାରା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ମହାବିଦ୍ୟାଳୟର ସାଇନ୍ସ କମିଟିର ଉପସଭାପତି ଡକ୍ଟର ରୋଜାଲିନ ପଟ୍ଟନାୟକ ବିଚାରକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସଫଳ ମାର୍ଗଦର୍ଶନ ଓ ପ୍ରୋତ୍ସାହନ ଫଳରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଥିଲା ବୋଲି କହିଥିଲେ। ଏଥି ସହିତ ଛାତ୍ରଛାତ୍ରୀମାନଙ୍କ ଯୋଗଦାନ ବିଜ୍ଞାନ ପ୍ରଦର୍ଶନୀ ସଫଳ ହୋଇପାରିଛି ବୋଲି କହିଥିଲେ। ସାଇନ୍ସ କମିଟିର ଅଧ୍ୟକ୍ଷ ବିଭୁ ରଞ୍ଜନ ସ୍ବାଇଁ ,ସହ ଅଧ୍ୟକ୍ଷ ଶୁଭମ୍ ବେହେରା ଓ ଇନ୍ ଚାର୍ଜ ବିଶ୍ୱଜିତ ବଳିୟାରସିଂହ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଫଳ ଭୂମିକା ଗ୍ରହଣ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories