www.samajalive.in
Monday, December 15, 2025
16.1 C
Bhubaneswar

ଜଳଦସ୍ୟୁଙ୍କ କବଳରୁ ୧୯ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା ୨୪ ଘଣ୍ଟାରେ ଦୁଇଟି ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି। ଜଳଦସ୍ୟୁ ବିରୋଧୀ ଅଭିଯାନରେ ନିୟୋଜିତ ଆଇଏନଏସ ସୁମିତ୍ରାକୁ ସହାୟତା ପାଇଁ କଲ୍‌ ଆସିଥିଲା। ଏହି ମାଛଧରା ଜାହାଜରେ ୧୯ଜଣ ପାକିସ୍ତାନୀ ନାଗରିକ ଥିଲେ। ଜଳଦସ୍ୟୁମାନେ ସେମାନଙ୍କୁ ବନ୍ଧକ ରଖିଥିଲେ। ନୌସେନା ପାକିସ୍ତାନୀ ବନ୍ଧକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଇଏନଏସ ସୁମିତ୍ରା ୧୯ ଜଣ ପାକିସ୍ତାନୀ ଏବଂ ୧୭ ଜଣ ଇରାନୀୟଙ୍କୁ ଜଳଦସ୍ୟୁମାନଙ୍କଠାରୁ ଉଦ୍ଧାର କରିଛି।
ପ୍ରଥମ ଘଟଣା ଆରବ ସାଗରର। ଜଳଦସ୍ୟୁମାନେ ଏଠାରେ ଇରାନର ପତାକା ଲାଗିଥିବା ଜାହାଜ ଏବଂ ଏହାର କ୍ରୁ ସଦସ୍ୟମାନଙ୍କୁ ବନ୍ଧକ ରଖିଥିଲେ। ଏହାପରେ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରାକୁ ପଠାଇ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ଭାରତୀୟ ନୌସେନା ଏକ ବୟାନ ଜାରି କରି କହିଛି ଯେ, ଜାନୁଆରୀ ୨୯ରେ ସେମାନେ ଅଲ୍‌ ନଇମୀକୁ ଜଳଦସ୍ୟୁଙ୍କ କବଳରୁ ରକ୍ଷା କରିବାକୁ ଅଭିଯାନ ଚଳାଇଥିଲେ। ଏଥିରେ ଥିବା ସମସ୍ତ ୧୯ କ୍ରୁ ସଦସ୍ୟ ପାକିସ୍ତାନୀ ନାଗରିକ ଥଲେ।
ସୂଚନାଯୋଗ୍ୟ, ୨୪ ଘଣ୍ଟା ବ୍ୟବଧାନରେ ଏହା ହେଉଛି ଭାରତୀୟ ନୌସେନାର ଦ୍ବିତୀୟ ସଫଳ ଉଦ୍ଧାର ଅଭିଯାନ। ଜାନୁଆରୀ ୨୮ ରାତିରେ ଭାରତୀୟ ନୌସନୋ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଇରାନ୍‌ରେ ପଞ୍ଜିକୃତ ମାଛମରା ଜାହାଜ ଏଫ୍‌ଭି ଇମାନ୍‌କୁ ଉଦ୍ଧାର କରିଥିଲା। ସେଥିରେ ୧୭ଜଣ ଇରାନ ନାଗରିକ ଥିଲେ।

 

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories