www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପି ନେତାଙ୍କୁ ହତ୍ୟା ମାମଲା: ପିଏଫଆଇର ୧୫ଜଣ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଥିରୁଅନନ୍ତପୁରମ୍‍: ବିଜେପି ନେତା ରଣଜିତ୍‍ ଶ୍ରୀନିବାସଙ୍କୁ ହତ୍ୟା ମାମଲାରେ କେରଳ କୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି। ଅଦାଲତ ଏହି ମାମଲାରେ ପିଏଫଆଇର ୧୫ଜଣ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ରାୟ ଦେଇଛନ୍ତି। ୨୦୨୧ ଡିସେମ୍ବର ୧୯ରେ ବିଜେପି ନେତା ଶ୍ରୀନିବାସଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ବର୍ତ୍ତମାନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ୧୫ଜଣ ସଦସ୍ୟଙ୍କ ବିରୋଧରେ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ବହୁ ଚର୍ଚ୍ଚିତ ଏହି ହତ୍ୟା ମାମଲାର ଶୁଣାଣି ପରେ ମାଭେଲିକରା ଅତିରିକ୍ତ ଜିଲା ଓ ସେସନ୍ସ କୋର୍ଟ ଏହାର ରାୟ ଶୁଣାଇଛନ୍ତି। ଏହି ରାୟ ପରେ କେରଳର ରଜନୀତି ମଧ୍ୟ ସରଗରମ ହୋଇଛି।

ରାଜନୈତିକ ଦୃଷ୍ଟିରୁ ଏହି ସମ୍ବେଦନଶୀଳ ମାମଲାରେ ନାଇସମ, ଅଜମଲ, ଅନୁପ, ମହମ୍ମଦ ଅସଲମ, ଅବଦୁଲ କଲାମ ଓରଫ ସାଲେମ, ଜାଫରୁଦ୍ଦିନ, ମନଶାଦ, ଜସିବା ରାଜା, ନୱାସ, ସମୀର, ନାଜିର, ଜାକିର ହୁସେନ, ଶାଜି ପୁନାନ୍ଥୁଙ୍ଗଲ ଓ ଶେରନଓ ଅଶରଫ ରହିଛନ୍ତି। ଏମାନେ ସମସ୍ତେ ପପୁଲାର ଫ୍ରଣ୍ଟ ଅଫ୍‍ ଇଣ୍ଡିଆ ଏବଂ ସୋସିଆଲ୍‍ ଡେମୋକ୍ରାଟିକ୍‍ ପାର୍ଟି ଅଫ୍‍ ଇଣ୍ଡିଆ ସହ ଜଡିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories