www.samajalive.in
Sunday, December 14, 2025
15.1 C
Bhubaneswar

ଏହା କୌଣସି ଟ୍ରେନ ଲାଇନର ପ୍ଲାଟଫର୍ମ ନୁହେଁ, ଟ୍ରେନ ଆସିବ ଆମେ ଚଢିଯିବା: ଓକିଲଙ୍କୁ କାହିଁକି ଏମିତି କହିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଜଣେ ଓକିଲଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବିରକ୍ତି ପ୍ରକାଶ କରିଥିଲେ । ଓକିଲଙ୍କୁ ଉଚିତ ଶିକ୍ଷା ଦେବା ସହ ପ୍ରଧାନ ବିଚାରପତି କହିଛନ୍ତି ଯେ ଏହା କୌଣସି ରେଳ ଲାଇନର ପ୍ଲାଟଫର୍ମ ନୁହେଁ । ଯେଉଁଠାରେ ଟ୍ରେନ ଆସିବ ଆଉ ଆମେ ଚଢିଯିବା । ଆଇନଗତ ପ୍ରସଙ୍ଗରେ ଖବର ପ୍ରଦାନ କରୁଥିବା ୱେବସାଇଟ୍‌ ‘ବାର ଆଣ୍ଡ ବେଞ୍ଚ’ ସୂଚନା ଅନୁଯାୟୀ ଜଣେ ଆଇନଜୀବୀ ସଂସ୍କାର ସହ ଜଡିତ ଏକ ଆବେଦନ ବିଷୟରେ ଉଲ୍ଲେଖ କରିବାକୁ ଚେଷ୍ଟା କରିଥିଲେ । ଓକିଲ ତାଙ୍କ ଆବେଦନ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ମୁଁ ନ୍ୟାୟପାଳିକାର ବିରୋଧୀ ନୁହେଁ ।

ପ୍ରଧାନ ବିଚାରପତି କହିଥିଲେ ଯେ ଆପଣ ମଧ୍ୟାହ୍ନ ୧୨ଟାରେ ଏହାକୁ କିପରି ଉଲ୍ଲେଖ କରିପାରିବେ । ଏହାର ଉତ୍ତରରେ ଓକିଲ ଜଣଙ୍କ ବାରମ୍ବାର କହିଥିଲେ ଯେ ମୁଁ ନ୍ୟାୟପାଳିକାର ବିରୋଧୀ ନୁହେଁ । ମୁଁ ପୂର୍ବରୁ ମଧ୍ୟ ଏହା କହିଛି । ଏଭଳି ପରିସ୍ଥିତିରେ ପ୍ରଧାନ ବିଚାରପତି ସେହି ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରି ତାଙ୍କୁ ଭତ୍ସନା କରିଥିଲେ । ଏବଂ କହିଥିଲେ ଆପଣ ସୁପ୍ରିମକୋର୍ଟରେ ଓକିଲାତି ଅଭ୍ୟାସ କରୁଛନ୍ତି କି ? ଏଭଳି କାର୍ଯ୍ୟ ପାଇଁ ଜରିମାନା ଲାଗିପାରେ । ଆପଣଙ୍କ ଉପରେ ଜରିମାନା ଲଗାଇବୁ ଯାହାକୁ ଆପଣ ସୁପ୍ରିମକୋର୍ଟ ବାର ପରିଷଦକୁ ଦେବେ ।
ଏହାପରେ ଓକିଲ ଜଣକ ପୁରା ନିଜକୁ ରକ୍ଷା କରିଲା ଭଳି କହିଥିଲେ ମୁଁ ନ୍ୟାୟପାଳିକା ବିରୋଧୀ ନୁହେଁ । ମୁଁ ଦିଲ୍ଲୀ ହାଇକୋର୍ଟରେ ଅଭ୍ୟାସ କରୁଛି । ଏହାପରେ ପ୍ରଧାନ ବିଚାରପତି କହିଥିଲେ, ତେବେ ଆପଣ କେବଳ ଦିଲ୍ଲୀ ହାଇକୋର୍ଟରେ ଠିଆ ହୋଇ ଆବେଦନ ବିଷୟରେ ଉଲ୍ଲେଖ କରନ୍ତୁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories