ବର୍ତ୍ତମାନ ସମୟରେ ଅନେକଙ୍କ ପାଇଁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହା ଅଧିକ ବୟସରେ ନୁହେଁ ବରଂ କମ୍ ବୟସରେ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ହାଡକୁ ମଜଭୂତ ରଖିବା ପାଇଁ କିଛି ସ୍ୱତନ୍ତ୍ର ଜିନିଷକୁ ନିଜ ଖାଦ୍ୟରେ ସାମିଲ କରିବା ନିତାନ୍ତ ଆବଶ୍ୟକ। ଏହି ସମସ୍ତ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱର ଅଭାବରେ ହାଡ ଉପରେ ଅନେକ କୁପ୍ରଭାବ ପଡିଥାଏ। ଏସବୁ ଜିନିଷକୁ ନିଜ ଖାଦ୍ୟରେ ସାମିଲ ନକରିବା ଦ୍ୱାରା ୩୦ ବର୍ଷ ପରେ ହାଡ ଜନିତ ସମସ୍ୟା ଭୋଗିବାକୁ ପଡିଥାଏ। ହାଡରୁ କଟ୍କଟ୍ ଶବ୍ଦ ମଧ୍ୟ ହୋଇଥାଏ।
କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ଯାହା ହାଡକୁ ମଜଭୂତ କରିଥାଏ।
ସମସ୍ତ ପ୍ରକାର ସବୁଜ ପନିପରିବାରେ ପ୍ରଚୁର କ୍ୟାଲସିୟମ ରହିଥାଏ। ତେଣୁ ନିଜର ଦୈନନ୍ଦିନ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ।
ହାଡକୁ ମଜଭୂତ ରଖିବା ପାଇଁ ନିଜ ଖାଦ୍ୟରେ ବାଦାମ,କାଜୁ ଓ କିସ୍ମିସ୍ ନିଶ୍ଚୟ ସାମିଲ କରନ୍ତୁ।
ହାଡକୁ ମଜଭୂତ ରଖିବା ପାଇଁ ନିଜ ଖାଦ୍ୟରେ ମାଛ ନିଶ୍ଚୟ ସାମିଲ କରନ୍ତୁ। ମାଛରେ ଓମେଗା ୩ ଫ୍ୟାଟି ଏସିଡ୍ ଆଦି ଭରପୁର ମାତ୍ରାରେ ରହିଛି। ଏହା ମଧ୍ୟ ହାଡକୁ ମଜଭୂତ କରିବାରେ ବେଶ ସହାୟକ ହୋଇଥାଏ।
ଅଣ୍ଡା ପ୍ରୋଟିନ ଓ ଭିଟାମିନ୍ର ଏକ ଉତ୍ତମ ସ୍ରୋତ। ଏହା ହାଡକୁ ମଜଭୂତ କରିଥାଏ। ତେଣୁ ନିଜ ଖାଦ୍ୟରେ ଅଣ୍ଡା ନିଶ୍ଚୟ ସାମିଲ କରନ୍ତୁ।
ନିଜ ଦୈନନ୍ଦିନ ଖାଦ୍ୟରେ ଫଳ ନିଶ୍ଚୟ ସାମିଲ କରନ୍ତୁ। ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇବା ଖୁବ ଉପକାରୀ। ଫଳ ଆପଣଙ୍କ ସ୍ୱାସ୍ଥ୍ୟ ସହ ହାଡ ପାଇଁ ମଧ୍ୟ ଖୁବ୍ ଜରୁରୀ।
ଏସବୁ ନଖାଇଲେ ୩୦ ବର୍ଷ ପରେ ହାଡରୁ ଆସିବ କଟକଟ ଶବ୍ଦ
Popular Categories



