www.samajalive.in
Friday, December 5, 2025
27.1 C
Bhubaneswar

୬୯ତମ ଫିଲ୍ମ ଫେୟାର ଆୱାର୍ଡ; ବାଜି ମାରିଲେ ରଣବୀର-ଆଲିଆ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ୬୯ତମ ଫିଲ୍ମ ଫେୟାର ଆୱାର୍ଡରେ ବାଜି ମାରିଛନ୍ତି ସେଲିବ୍ରିଟି ଦମ୍ପତି ରଣବୀର କପୁର ଓ ଆଲିଆ ଭଟ୍ଟ। ଶନିବାର ଆରମ୍ଭ ହୋଇଥିବା ଏହି ଦ୍ବି-ଦିବସୀୟ ସମାରୋହରେ ରବିବାର ମୁଖ୍ୟ ବର୍ଗରେ ପୁରସ୍କାର ବିତରଣ କରାଯାଇଛି। ଏଥିରେ ‘ଆନିମଲ୍‌’ ପାଇଁ ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବାବେଳେ ‘ରକି ଔର ରାନୀ କି ପ୍ରେମ କାହାନୀ’ ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

- Advertisement -

ଅପରପକ୍ଷେ, ‘ଟୁୱେଲ୍‌ଭ୍‌ଥ ଫେଲ୍‌’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଏହି ଚଳଚ୍ଚିତ୍ର ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତା ବିକ୍ରାନ୍ତ ମେସୀଙ୍କୁ କ୍ରିଟିକ୍ସ କାଟାଗୋରୀରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ରାନୀ ମୁଖାର୍ଜୀଙ୍କୁ ମିଳିତ ଭାବେ ‘ମିସେସ୍‌ ଚାଟାର୍ଜୀ ଭର୍ସେସ ନରୱେ’ ଏବଂ ଶେଫାଳି ଶାହାଙ୍କୁ ‘ଥ୍ରୀ ଅଫ୍ ଅସ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ ପୁରସ୍କାର ପ୍ରଦାନ କରାଯାଇଛି। ଶବାନା ଆଜମୀଙ୍କୁ ‘ରକି ଔର ରାନୀ କି ପ୍ରେମ କାହାନୀ’ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି। ‘ଡଙ୍କି’ ଚଳଚ୍ଚିତ୍ର ପାଇଁ ଭିକ୍କି କୌଶଲଙ୍କୁ ଶ୍ରେଷ୍ଠ ସହ-ଅଭିନେତା ଆୱାର୍ଡ ମିଳିଛି। ସେହିପରି ଅମିତାଭ ଭଟ୍ଟାଚାର୍ଯ୍ୟଙ୍କୁ ଜରା ହଟକେ ଜରା ବଚକେ ଫିଲ୍ମର ତେରେ ୱାସତେ ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ଆୱାର୍ଡ ମିଳିଛି। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ଭୁପିନ୍ଦର ବାବଲ ଓ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଶିଳ୍ପା ରାଓଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories