www.samajalive.in
Monday, December 8, 2025
14.1 C
Bhubaneswar

‘ଫୋନ୍‍ ନା ଲୁହା’: ପଥର ମାରନ୍ତୁ କିମ୍ବା ପାଣିରେ ପକାନ୍ତୁ ସ୍କ୍ରାଚ୍‍ ହେବ ନାହିଁ

ଡେସ୍କ: ବଜାରରେ ଅନେକ ପ୍ରକାର ଫୋନ ରହିଛି । କିନ୍ତୁ ଆପଣ ଏମିତି ଏକ ଫୋନ ବିଷୟରେ ଜାଣିଛନ୍ତି କି ଯାହା ସବୁବେଳେ ଏକ ଦମ୍‍ ରଫ୍‍ ଆଣ୍ଡ ଟଫ୍‍ । ଏହି ଫୋନକୁ ଯଦି ଆପଣ ପାଣିରେ ପକାନ୍ତି କିମ୍ବା ପଥରରେ ମାରନ୍ତି ତେବେ ଏହା କିଛି ହେବ ନାହିଁ ।

ଆଧୁନିକ ଯୁଗର ବଜାରରେ ଅନେକ ପ୍ରକାର ମୋବାଇଲ ଫୋନ ଉପଲବ୍ଧ ହେଉଛି । ଯେତେବେଳେ ଆମକୁ ଏକ ନୂଆ ଫୋନ କିଣିବାର ଥାଏ, ସମସ୍ତେ ଏକ ଭଲ ଫୋନ୍‍ ଏବଂ ଷ୍ଟ୍ରଙ୍ଗ ରହୁଥିବା ଖୋଜିଥାନ୍ତି । ପୂର୍ବରୁ ଏହି ସବୁ ଫୋନ ତାଲିକାରେ କେବଳ ନୋକିଆ ରହିଥିଲା । କିନ୍ତୁ ବର୍ତ୍ତମାନ ଏପରି କେତେକ ଫୋନ୍‍ ଅଛି ଯାହାକୁ ‘ଲୁହା’ କୁହାଯିବା ଭୁଲ ହେବ ନାହିଁ । ଏଠାରେ ଯେଉଁ ଫୋନ ସମ୍ପର୍କରେ କୁହାଯାଉଛି ତାହା ଭାରତୀୟ ବଜାରରେ ଉପଲବ୍ଧ ନାହିଁ । କିନ୍ତୁ ଏହାର ଫିଚର ଦେଖିବା ପରେ ଯେକେହି ଏହାକୁ କିଣିବାକୁ ଇଚ୍ଛା ପ୍ରକାଶ କରିବେ ।

- Advertisement -

ବର୍ତମାନ Ulefone Armor 23 Ultra ଫୋନରେ ୬.୭୮ ଇଞ୍ଚ ଏବଂ ୧୨୦ଏଚଜେଡ ଏଫଏଚଡି ଡିସପ୍ଲେ ରହିଛି । ଏହି ଫୋନରେ ଥିବା ସ୍କ୍ରିନର ସୁରକ୍ଷା ପାଇଁ ଏଥିରେ କର୍ନିଙ୍ଗ୍‍ ଗ୍ଲାସ୍‍ ଭିକ୍ଟସ୍‍ ଅଛି । ଏହା ଦ୍ୱାରା ଫୋନ ଭାଙ୍ଗିବାରୁ ରକ୍ଷା କରିଥାଏ । ଏହି ଫୋନରେ ମିଡ଼ିଆ ଟେକ୍‍ ଡାଇାମନସିଟି ୮୦୨୦ ସଞ୍ଚାଳକ, ୧୨ଜିବି ର‌୍ୟାମ୍‍ ଏବଂ ୫୧୨ଜିବି ଷ୍ଟୋରେଜର ଏକ ଶକ୍ତିଶାଳୀ କମ୍ବୋର ରହିଛି । ଯାହା ଏହାକୁ ସୁପରଫାଷ୍ଟ କରିଥାଏ ।

Ulefone Armor 23 Ultra ଫୋନରେ ୨୩ ଅଲଟ୍ରାରେ ୧/୧.୩୧ଇଞ୍ଚ ୫୦ ମେଗାପିକ୍ସେଲ କ୍ୟାମେରା, ୫୦ ମେଗାପିକ୍ସେଲ ଅଲଟ୍ରା ୱାଇଡ୍‍ କ୍ୟାମେରା, ୮ ମେଗାପିକ୍ସେଲ ଟେଲିଫୋଟୋ କ୍ୟାମେରା ଏବଂ ୬୪ ମେଗାପିକ୍ସେଲ ନାଇଟ୍‍ ଭିଜନ କ୍ୟାମେରା ରହିଛି । ଏହି ଫୋନର କ୍ୟାମେରା ଗୁଣକୁ ଦେଖିଲେ ଲାଗୁଛି ଯେ ଆଇଫୋନ୍‍ ମଧ୍ୟ ଏହା ସାମ୍ନାରେ ଫେଲ ମାରିଛି ।

Ulefone ଅଫିସିଆଲ ସାଇଟରୁ ଜଣାପଡିଛି ଯେ ଯେ କୌଣସି ଖରାପ ପାଗ ହେଉକି ଖରାପ ଅବସ୍ଥା ମଧ୍ୟରେ ନିଜକୁ ସ୍ଥିର ରଖିପାରିବ । ଏହି ଫୋନରେ ପାଣି ଏବଂ ଧୂଳିର କୌଣସି ପ୍ରଭାବ ପଡିବ ନାହିଁ । ଯଦି ଏହା କେବେ ଭୂମିରେ ପଡିଯାଏ ତେବେ ଏହା ସ୍କ୍ରାଚ ହୋଇନଥାଏ । କୁହାଯାଉଛି ଯେ ଫୋନଟି IP68 / IP69K ଏବଂ MIL-STD-810H ସାର୍ଟିଫିକେଟ୍ ସହିତ ଆସିଥାଏ ।

ବିଶେଷ କଥା ହେଉଛି ଏଥିରେ ୨-ମାର୍ଗ ଉପଗ୍ରହ ମେସେଜିଂ ଏବଂ SOS ସେବା ଯୋଗାଇ ଦିଆଯାଉଛି । ଏହାର ଅର୍ଥ ହେଉଛି ଯଦିଓ ଫୋନରେ କୌଣସି ନେଟୱାର୍କ ସଂଯୋଗ ନଥାଏ, ତଥାପି ବାର୍ତ୍ତା ପଠାଇବା ଏବଂ ଗ୍ରହଣ କରିବା ସମ୍ଭବ ଅଟେ ।

ଶକ୍ତି ପାଇଁ, Ulefone Armor ୨୩ ଅଲଟ୍ରାରେ 5280mAh ବ୍ୟାଟେରୀ ଅଛି । ଏହା ବ୍ୟତୀତ 120W ଚାରଜର ଏବଂ 50W ୱୟାରଲେସ ଚାର୍ଜିଂ ମଧ୍ୟ ଏଥିରେ ଉପଲବ୍ଧ । ୨୩ ମିନିଟରେ ଫୋନ୍ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ । ନୂଆ ନୂଆ ଫୋନ ବ୍ୟବହାର କରିବାକୁ ଯେଉଁମାନେ ପସନ୍ଦ କରନ୍ତି ସେମାନଙ୍କ ଲାଗି ଦୁଃଖର ବିଷୟ, ଏହି ଫୋନ ଭାରତରେ ବିକ୍ରି ହେଉନାହିଁ। ଏହାର ମୂଲ୍ୟ ୫୨୯.୯୯ ଡଲାର (୪୪,୦୦୦ ଟଙ୍କା) ରେ ରଖାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories