www.samajalive.in
Saturday, December 6, 2025
16.1 C
Bhubaneswar

ଅପହଞ୍ଚ ଇଲାକାରେ ସାତ ସପନ ମୌଳିକ ସୁବିଧା

ଫୁଲବାଣୀ : ସରକାର ଆଦିବାସୀ ଇଲାକାରେ ଲୋକଙ୍କ ସୁବିଧା ଲାଗି ଯୋଜନା ଉପରେ ଯୋଜନା କରୁଛନ୍ତି। ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ହେଲେ ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ଅପହଞ୍ଚ ଇଲାକାରେ ମୌଳିକ ସୁବିଧା ପାଇବା ଲୋକଙ୍କ ପାଇଁ ସାତ ସପନ ପାଲଟିଛି। ଏଭଳି କିଛି ଦୃଶ୍ୟ କନ୍ଧମାଳ ଜିଲ୍ଳା କୋଟଗଡ ବ୍ଳକ ସାକାର ଯୋଡି ଗାଁରେ ଦେଖିବାକୁ ମିଳିଛି।  ଏହି ଗାଁକୁ ଯିବା ପାଇଁ ନା ଭଲ ରାସ୍ତା ଅଛି  ନା ଲୋକ ମାନଙ୍କର ରହିବା ପାଇଁ ଭଲ ଘର ଖଣ୍ଡିଏ ଅଛି। ଆଉ ପିଇବା ପାଣି ପାଇଁ ଲୋକମାନେ ଝରଣା ଉପରେ ନିର୍ଭର କରୁଛନ୍ତି।  ସେପଟେ  ସମାଜ ସେବୀ ବୁଲୁ ମଲିକ ସାଧାରଣତନ୍ତ୍ର ଦିବସରେ ତାଙ୍କର କିଛି ସହଯୋଗୀଙ୍କ ସହ ମିଶି ଏହି ଅପହଞ୍ଚ ଇଲାକାରେ ପହଞ୍ଚି  ଛୋଟ ଛୋଟ କୁନି କୁନି ପିଲାମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ଶ୍ରୀ ମଲିକ ଏବଂ ଫ୍ରେଣ୍ଡସ କ୍ଲବ ର ସମସ୍ତ ସଦସ୍ୟ  ଅପହଞ୍ଚ ଇଲାକାର ଏହି ଅସୁବିଧା ଉପରେ ଦୃଷ୍ଟିଦେଇ ଉକ୍ତ ସମସ୍ୟାର ସମାଧାନ ପାଇଁ ସରକାର ନିକଟରେ ଅନୁରୋଧ କରିଛନ୍ତିି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories