www.samajalive.in
Monday, December 15, 2025
17.1 C
Bhubaneswar

ଓଡିଆ ସମାଲୋଚନା ସାହିତ୍ୟର ଜଣେ ଧୂରୀଣ ସ୍ରଷ୍ଟା ଥିଲେ ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ

ଭୁବନେଶ୍ଵର: ଓଡିଶାର ଖ୍ୟାତନାମା ପ୍ରାବନ୍ଧିକ ଓ ସମାଲୋଚକ ତଥା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ଵର ସ୍ଥିତ ଓଏଏସ ଆସୋସିଏସନ ସଭାଗୃହ ରେ ପାଳିତ ହୋଇଯାଇଛି । ଏଥିରେ ବର୍ଷୀୟାନ୍ ସାହିତ୍ୟିକ ପ୍ରଫେସର ବାଳକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଓ ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଆଚାର୍ଯ୍ୟଙ୍କୁ ଓଡିଆ ସମାଲୋଚନା ସାହିତ୍ୟର ଜଣେ ଧୂରୀଣ ସ୍ରଷ୍ଟା ଥିଲେ ବୋଲି ଅଭିହିତ କରିଥିଲେ। ତାଙ୍କର ଦୃଷ୍ଟିଭଙ୍ଗୀ , ଉଦାର ମାନସିକତା ଓ ନିରଳସ ଜୀବନ ଚର୍ଯ୍ୟାର ଉଚ୍ଚ ପ୍ରଶଂସା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡଃ ମଥୁରେନ୍ଦ୍ର ପୃଷ୍ଟି, ପ୍ରଫେସର ଆଚାର୍ଯ୍ୟଙ୍କ ସମଗ୍ର ସାହିତ୍ୟ ସୃଷ୍ଟିକୁ ଗୋଟିଏ ଗ୍ରନ୍ଥାବଳୀରେ ପ୍ରକାଶ କରିବା ପାଇଁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଡ଼ଃ ବିବେକାନନ୍ଦ ପାଣିଗ୍ରାହୀ ମଧ୍ୟ ସ୍ବର୍ଗତ ଆଚାର୍ଯ୍ୟଙ୍କ ବ୍ୟକ୍ତିତ୍ଵର ସ୍ମୃତି ଚାରଣ କରିଥିଲେ। ଏ ଶ୍ରଦ୍ଧା ସୁମନର ଆୟୋଜନ ଆଚାର୍ଯ୍ୟ ପରିବାର ତରଫରୁ କରାଯାଇଥିଲା। ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଅନେକ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories