www.samajalive.in
Wednesday, December 10, 2025
16.1 C
Bhubaneswar

ତୈଳ ଉତ୍ପାଦନ ହ୍ରାସ କରିବ ’ଓପେକ୍‍’

ଭିଏନା : ପେଟ୍ରୋଲିୟମ୍‍ ଉତ୍ପାଦନକାରୀ ରାଷ୍ଟ୍ର ସଂଗଠନ ’ଓପେକ୍‍’ ଏବଂ ଏହାର ମେଣ୍ଟ ରାଷ୍ଟ୍ର ଦୈନିକ ତୈଳ ଉତ୍ପାଦନ ୧୨ଲକ୍ଷ ବ୍ୟାରେଲ୍‍ ହ୍ରାସ କରାଇବା ପାଇଁ ସହମତ ହୋଇଛନ୍ତି । ବିଶ୍ୱ ତୈଳ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ୧୪ଟି ଦେଶକୁ ନେଇ ଗଠିତ ଓପେକ୍‍, ଅଶୋଧିତ ତୈଳ ଉତ୍ପାଦନ ଦିନକୁ ୮ଲକ୍ଷ ବ୍ୟାରେଲ୍‍ ହ୍ରାସ କରିବାକୁ ଥିବା ବେଳେ ରୁଷ ଏବଂ ଏହାର ସହଯୋଗୀ ରାଷ୍ଟ୍ର ୪ ଲକ୍ଷ ବ୍ୟାରେଲ୍‍ ହ୍ରାସ କରିବେ। ଏହା ଆସନ୍ତା ମାସଠାରୁ ଆରମ୍ଭ ହେବ ଏବଂ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।

ତେବେ ଏହି ବୈଠକ ପୂର୍ବରୁ ସାଉଦି ଆରବ କହିଛି ଯେ, ବିଶ୍ୱର ଅଶୋଧିତ ତୈଳ ହ୍ରାସ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତାମତ ଉପରେ ଗଭୀର ଭାବରେ ଆଲୋଚନା କରାଯିବ।
ଓପେକ୍‍ ଏବଂ ଏହାର ସହଯୋଗୀ କହିଛନ୍ତି ଯେ ସମଗ୍ର ବିଶ୍ୱର ଅଶୋଧିତ ତୈଳ ଉତ୍ପାଦନରେ ସେମାନଙ୍କର ଭାଗିଦାରୀ ପ୍ରାୟ ଅର୍ଦ୍ଧାଧିକ ଥିଲାବେଳେ ଦୁଇମାସ ଭିତରେ ତୈଳ ଦର ୩୦ ପ୍ରତିଶତ ହ୍ରାସ ଘଟିଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories