www.samajalive.in
Friday, December 5, 2025
17.1 C
Bhubaneswar

ନୀତୀଶଙ୍କ ପାଇଁ ଏଥର ଦଳବଦଳ ସହଜ ନୁହେଁ- ତେଜସ୍ୱୀ ଯାଦବ

ପାଟନା: ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ନୀତୀଶଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ତେଜସ୍ୱୀ କହିଛନ୍ତି ଯେ ଏଥର ନୀତୀଶ କୁମାରଙ୍କ ପାଇଁ ଦଳ ଡିଆଁ ନୀତି ସହଜ ହେବ ନାହିଁ । ସୂଚନା ଅନୁସାରେ ତେଜସ୍ୱୀ ଯାଦବ ବିଧାୟକ ତଥା ତାଙ୍କ ଦଳର ଆରଜେଡି ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଏହି ବୟାନ ଦେଇଛନ୍ତି । ଏହି ସମୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମଧ୍ୟ କହିଛନ୍ତି ଯେ ତାଙ୍କ ପାଖରେ ସଂଖ୍ୟାଗରିଷ୍ଠତା ରହିଛି ।

ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ଆରଜେଡି ଶିବିର ଚଳଚଞ୍ଚଳ ହୋଇଛି । ସୂଚନା ଅନୁଯାୟୀ ମିଳିତ ମଞ୍ଚ ଭାଙ୍ଗିଗଲେ ଆରଜେଡି ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଦାବି କରିପାରିବ । ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ୧୧୪ ଜଣ ବିଧାୟକଙ୍କ ସହ ଜିତନ ରାମ ମାଝିଙ୍କ ଚାରିଜଣ ବିଧାୟକଙ୍କୁ ସେମାନଙ୍କ ପକ୍ଷକୁ ଆଣିବା ପାଇଁ ଉଦ୍ୟମ ଚାଲିଛି । କୁହାଯାଉଛି ଯେ ଜିତନ ରାମ ମାଝିଙ୍କ ପୁଅ ସନ୍ତୋଶ ସୁମନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଇଛି ।
ଅନ୍ୟପଟେ ଏଆଇଏମଆଇଏମର ଜଣେ ବିଧାୟକ ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସଂଖ୍ୟା ଗରିଷ୍ଠତା ୧୨୨ରୁ କମ ଦୁଇଟି ସିଟ୍‍ ହେବ । ଅର୍ଥାତ ୧୨୦ ଟି ସିଟରେ ପହଞ୍ଚିବ ବୋଲି କୁହାଯାଉଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories