www.samajalive.in
Saturday, December 6, 2025
15.1 C
Bhubaneswar

ଉଲ୍ଲେଖନୀୟ ସେବା ପାଇଁ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ମିଳିଲା ରାଜ୍ୟପାଳ ପଦକ

ଛତ୍ରପୁର :ଉଲ୍ଲେଖନୀୟ ସେବା, ସାହସିକତା ଓ ବିଶିଷ୍ଟ ସେବା ପାଇଁ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ମିଳିଲା ସମ୍ମାନ ଜନକ ରାଜ୍ୟପାଳ ପଦକ । ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଏସପି ଶ୍ରୀ ମୀନାଙ୍କୁ ୨୦୨୩ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି। ଏନେଇ ଭୁବନେଶ୍ୱର ଲୋକସେବା ଭଵନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଏହି ସମ୍ମାନ ଜନକ ପଦକ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ସମ୍ମାନ ଜନକ ପଦକ ମିଳିଲା ପରେ ଏସପି ଜଗମୋହନ ମୀନାଙ୍କୁ ଓଡ଼ିଶା ପୁଲିସ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବରିଷ୍ଠ ଆଇପିଏସ ଅଧିକାରୀ ଜଗମୋହନ ମୀନା ୨୦୨୩ ଜାନୁଆରୀ ୮ରେ ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ସହ ବିଭିନ୍ନ କ୍ଷେତ୍ର ରେ ପ୍ରଦର୍ଶନ କରି ରାଜ୍ୟ ଓ ଦେଶରେ ସୁନାମ ଆଣିଛନ୍ତି। ଅପରାଧ ରୋକିବା, ଆଇନ ଶୃଙ୍ଖଳା ଆଦି କ୍ଷେତ୍ରରେ ଗଞ୍ଜାମ ଏସପି କାର୍ଯ୍ୟଶୈଳି ଖୁବ ପ୍ରଶଂସନୀୟ । ୨୦୨୩ ବର୍ଷରେ ପ୍ରଗତି ଡ୍ୟାସବୋର୍ଡ ମାର୍କିଂରେ ଗଞ୍ଜାମ ପୁଲିସ ଜିଲା ପ୍ରଥମ ସ୍ଥାନ ରହିଥିଲା। କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ସିଷ୍ଟମ (ସିସିଟିଏନ୍‌ଏସ୍‌) ପଦ୍ଧତିରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଗଞ୍ଜାମ ପୁଲିସ ଜିଲା ରାଜ୍ୟରେ ପ୍ରଥମ ହୋଇପାରିଛି । ଲୋକଙ୍କୁ ଉତ୍ତମ ସେବା,ଉତ୍ତମ ବ୍ୟବହାର, ଥାନାକୁ ଆସୁଥିବା ମାମଲା ଗୁଡିକ ତୁରନ୍ତ ଫଇସଲା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ସାଧାରଣତନ୍ତ୍ର ଦିବସରେ ଏସପି ଶ୍ରୀ ମୀନାଙ୍କୁ ରାଜ୍ୟପାଳ ପଦକ ମିଳିବା ପରେ ଏହାର ଜିଲ୍ଲାର ଶ୍ରେୟ ସମସ୍ତ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କର, ଆଗାମୀ ଦିନରେ ମଧ୍ୟ କର୍ତ୍ତବ୍ୟ ଏବଂ ଲୋକଙ୍କୁ ସଠିକ ସେବା ଯୋଗାଇବାରେ ଗଞ୍ଜାମ ପୁଲିସ ଜିଲ୍ଲା ସର୍ବଦା କାର୍ଯ୍ୟ ଜାରି ରଖିବ ବୋଲି ଗଞ୍ଜାମ ଏସପି ଜଗମୋହନ ମିନା କହିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories