ଲକ୍ଷ୍ମୀପୁର: ଜାତୀୟ ମତଦାତା ଦିବସ ଅବସରରେ କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରେ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ନମୋ ନବ ମତଦାତା ସମ୍ମିଳନୀ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଗୁରବାର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଦଶମନ୍ତପୁର , ନାରାୟଣପାଟଣା, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ଚାରୋଟି ବ୍ଲକର ଶତାଧିକ ଯୁବ ଭୋଟର ମାନେ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ଗଣ ତାନ୍ତ୍ରୀକ ରାଷ୍ଟ୍ରରେ ଯୁବ ଭୋଟର ମାନଙ୍କ ଗୁରୁତ୍ୱ ପୁର୍ଣ୍ଣ ଭୂମିକା ରହିଛି, ଯୁବ ଭୋଟର ମାନେ ନିର୍ବାନରେ ଅଧିକରୁ ଅଧିକ ମତଦାନ କରିବା ଆବଶ୍ୟକ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ କହିବା ସହିତ ବିକଶିତ ରାଷ୍ଟ୍ର ଗଠନରେ ସେମାନଙ୍କ ନିର୍ଣ୍ଣାୟକ ଭୂମିକା ରହିଛି ବୋଲି କହିଥିଲେ। ଏଣୁ ଅଧିକରୁ ଅଧିକ ଯୁବ ଭୋଟର ମତ ଦାନ କରି ସେମାନଙ୍କ ମୂଲ୍ୟବାନ ଭୋଟକୁ ରାଷ୍ଟ୍ରର ହିତରେ ଲଗାଇବା ପାଇଁ କହିଥିଲେ। ସେହିପରି ଏଠାରେ ମଂଚାସୀନ ଜିଲା ଉପ ସଭାପତି ନକୁଳ ବିଷୋଇ, ଦଳୀୟ ଦେତା ଭଗବାନ ମୁଦୁଲି, ଉଦୟ ହିକକା, ଜିଲା ସଂଯୋଜକ ଅଗସ୍ତୀ ହାଲବା, ମଣ୍ଡଳ ସଭପେତି ଅନନ୍ତ ହୁଇକା, ରବି ପାଢ଼ୀ ପ୍ରମୁଖ ମଂଚାସୀନ ପ୍ରମୁଖ ମଂଚାସୀନ ରହି ପ୍ରଧାନ ମନ୍ତ୍ରୀଙ୍କ ଲୋକଭି ମୁଖୀ କାର୍ଯ୍ୟ ସହିତ ଦୃଢ଼ ନେତୃତ୍ୱ ଉପରେ କହିଥିଲେ। ଜିଲା ଯୁବ ମୋର୍ଚ୍ଚା ସଭାପତି ମନୋଜ କୁମାର ସହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



