www.samajalive.in
Monday, December 15, 2025
15.1 C
Bhubaneswar

ବେଆଇନ ମଦ କାରବାର ପ୍ରତିବାଦରେ ଗ୍ରାମ ପରିକ୍ରମା କଲେ ମହିଳା

କଲମପୁର: ଗାଁ ମଝି ଦାଣ୍ଡରେ ନିଶାଡିଙ୍କ ତାଣ୍ଡବ, ଅଶ୍ଳିଳ ଭାଷାର ପ୍ରୟୋଗ, ରାଜ ରାସ୍ତାରେ ଖୁଲମ ଖୁଲା ମଦ୍ୟପାନ ଯୋଗୁଁ ଏବେ ସାଧାରଣ ଜନତା ଅତିଷ୍ଠ। ନିଶାଡିଙ୍କ ଦୌରାତ୍ମ୍ୟ ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛନ୍ତି କୋମଳମତି ଶିଶୁ, ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀ। ଏହି ମଦ ନିଶା ଯୋଗୁଁ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ଘଟଣା। କିଛି ପରିବାର ଉଜୁଡି ଯାଉଛି। କେଉଁ ମଥାରୁ ସିନ୍ଦୁର ଲିଭିଲାଣି ତ ଅନ୍ୟ କେଉଁ ମାଆ ନିଜ କୋଳ ଶୂନ୍ୟ କଲାଣି। କେଉଁ ଶିଶୁ ନିଜ ବାପାକୁ ହରାଇ ଅନାଥ ହେଲାଣି। ପରିବାରରେ ଗଣ୍ଡଗୋଳ। ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଗାଁ ଗାଁରେ ବେନିୟମ ଦେଶୀ ବିଦେଶୀ ମଦ ବିକ୍ରି ବନ୍ଦ କରିବା ପାଇଁ ମଣ୍ଡଳ ଗ୍ରାମର ଭଆନୁମତୀ ମାଝୀ, ପ୍ରିୟା ମାଝୀ, ସୁମନୀ ଭୋଇ, ଲୋଚନୀ ଭୋଇ, ତ୍ରୀପୁରା ଭୋଇ, ପ୍ରମିଳା ଭୋଇରଜନୀ ମାଝୀ, କ୍ଷୀରସୂତା ମାଝୀ ପ୍ରମୁଖ ମହିଳାଙ୍କ ନେତୃତ୍ୱରେ ମହିଳାମାନେ ବେଆଇନ ମଦ କାରବାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଛନ୍ତି। ଯଦି ମଦ ବେପାରୀମାନେ ଏବେଠାରୁ ସାବଧାନ ନହେବେ ତେବେ ଆଗାମୀ ଦିନରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ଚେତବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ନିଶା ପାଇଁ ରିତିମତ ଗାଁରେ ଅଶାନ୍ତିର ବାତାବରଣ। ଏହି ନିଶାଡିଙ୍କ ଯୋଗୁଁ ରାଜ ରାସ୍ତା ପାଲଟିଛି ଖୁଲମ ଖୁଲା ବାର୍। ମହିଳା ସେହି ରାସ୍ତା ଦେଇ ଗଲାବେଳେ ଟାହି ଟାପରାର ସମ୍ମୁଖିନ ହେଉଛନ୍ତି। ତେଣୁ କେହି ମହିଳା ରାସ୍ତାକୁ ବାହାରିବା ପାଇଁ ନିରାପଦ ମଣୁ ନାହାଁନ୍ତି। ଅନେକ ପରିବାର ମଦ ଯୋଗୁଁ ଆର୍ଥିକ ଅନଟନର ଶିକାର ହେଉଛନ୍ତି। କଲମପୁର ବ୍ଲକର ୫୫ଖଣ୍ଡ ରାଜସ୍ୱ ଗ୍ରାମରେ ୨ଶହରୁ ଅଧିକ ବେଆଇନ ଦେଶୀ ମଦ କୋଠା ରହିଥିବା ବେଳେ ପାନ ଦୋକାନରେ ବିକ୍ରି ହେଉଛି ବିଦେଶୀ ମଦ। ମଦ ନିଶାରେ ଚୁର ଯୁବକ ମଦ ପାଇଁ ଟଙ୍କା ଅଭାବ ହେଲେ ନିଜ ସ୍ତ୍ରୀର ରୋଜଗାରକୁ ଛଡ଼ାଇ ନେଉଛି। ଯେଉଁଥିପାଇଁ ପରିବାରରେ ଗଣ୍ଡଗୋଳ ବୃଦ୍ଧି ପାଉଛି। ଏହାସହ ମହିଳା ସ୍ୱାବଲମ୍ବୀ ପାଇଁ କିଛି ଗୋଷ୍ଠୀ ଋଣ ଉଠାଣ କରିଥିବା ବେଳେ ମଦ ପାଇଁ ଟଙ୍କା ଶେଷ। ଋଣ ପରିଶୋଧ କଲା ବେଳକୁ ଅଶାନ୍ତି। ଅବକାରୀ ବିଭାଗ ବାଇଗଣ ବାରିରେ ଗୋରୁ ମୁଣ୍ଡ ସ୍ଥାପନ ଭଳି ରହିଛି। କେବେ କେମିତି ଅଭିଯୋଗ ହେଲେ କାଁ ଭାଁ ଚଢାଉ ତାହା ପୁଣି ପୂର୍ବରୁ ସେହି ମଦ କାରବାରରେ ସଂଶ୍ଳିିଷ୍ଟ ଥିବା ପରିବାରର କାହାକୁ ଜଣେ ଧରି ବାହାବା ନେଇଥାଏ। ମଦ ଯୋଗୁଁ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories