www.samajalive.in
Saturday, December 6, 2025
15.1 C
Bhubaneswar

ବକ୍ସିଂରୁ ଅବସର ନେବା ଖବରକୁ ମିଥ୍ୟା କହି ଖଣ୍ଡନ କଲେ ମେରି କମ୍‌

ନୂଆଦିଲ୍ଲୀ : ଗତକାଲି ଭାରତୀୟ ମହିଳା ବକ୍ସର ମେରି କମଙ୍କ ଅବସର ଘୋଷଣା କରିଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ବର୍ତ୍ତମାନ ନିଜେ ମେରି ଏହି ଖବରକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମୁଁ ଏପର୍ଯ୍ୟନ୍ତ ମୋର ଅବସର ଘୋଷଣା କରି ନାହିଁ। ଯେଉଁ ଦିନ ମୁଁ ମୋର ଅବସର ଘୋଷଣା କରିବି, ମୁଁ ପ୍ରଥମେ ଗଣମାଧ୍ୟମ ସାମ୍ନାକୁ ଆସିବି। ବୁଧବାର ମୁଁ ମୋର ଅବସର ଖବର ଦେଖିଲି। ହେଲେ ତାହା ସତ୍ୟ ନୁହେଁ।ଜାନୁଆରୀ ୨୪  ତାରିଖରେ ମୁଁ  ଦିବ୍ରୁଗଡରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଯେଉଁଠାରେ ମୁଁ ପିଲାମାନଙ୍କୁ ପ୍ରେରଣା ଦେଇ କହିଥିଲି ବକ୍ସିଂରେ ସଫଳତା ହାସଲ କରିବାକୁ ମୋର କ୍ଷୁଧା ଅଛି । କିନ୍ତୁ ବୟସସୀମା ଯୋଗୁଁ ମୁଁ ଆଉ ଅଲିମ୍ପିକ୍ସରେ ଭାଗ ନେଇପାରିବି ନାହିଁ।  ତଥାପି ମୁଁ ମୋର ଫିଟନେସ ଉପରେ ଧ୍ୟାନ ଦେଉଛି । ଯଦି ମୁଁ ଅବସର ନିଏ,  ତେବେ ସମସ୍ତଙ୍କ ସାମ୍ନାରେ ମୋର ଅବସର ଘୋଷଣା କରିବି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories