www.samajalive.in
Saturday, December 6, 2025
14.1 C
Bhubaneswar

ରେଳଧାରଣାରୁ ଦୁଇ ମୃତଦେହ ଉଦ୍ଧାର

ରାୟଗଡା : ରାୟଗଡା ଦେବଦଲା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି। ରେଲୱେ ଟ୍ରାକରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ସିଂପୂର ରୋଡ୍ ଓ ରାୟଗଡା ରେଳ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ରେଳ ଧାରଣାରେ କଟି ଦୁଇ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସ୍ପିଡ ମେକର ଟ୍ରାଏଲ୍ ଇଞ୍ଜିନ୍ ପରୀକ୍ଷା ବେଳେ ନିର୍ମାଣଧିନ ଟ୍ରାକରେ ଏହି ଅଘଟଣ ଘଟିଛି। ମୃତକ ମାନେ ଦେବଦଲଗୁଡା ଗାଁର ବୋଲି ଜଣାପଡିଛି। କୌଣସି କାରଣରୁ ସେମାନେ ରେଳ ଧାରଣା ଉପରେ ବସିଥିବା କୁହାଯାଉଛି। ହେଲେ ସେମାନେ ରେଳଧାରଣା ଉପରେ କାହିଁକି ବସିଥିଲେ ଏବଂ କେଉଁ ପରିସ୍ଥିତିରେ ଟ୍ରେନରେ କଟିଲେ ସେ ନେଇ ତଦନ୍ତ ଜାରି ରହିଛି। ସେପଟେ ଏହି ଘଟଣା ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ଅଡି ବସିଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକମାନେ ମରଶରୀରକୁ ମଧ୍ୟ ଉଠାଇବାକୁ ଦେଇନାହାଁନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories