www.samajalive.in
Sunday, December 14, 2025
19.1 C
Bhubaneswar

କଂଗ୍ରେସର ହାତ ଧରିଲେ ବଳଭଦ୍ର

ଭବାନୀପାଟଣା :  ବୁଧବାର ସ୍ଥାନୀୟ ବିଶ୍ଵ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ କଂଗ୍ରେସର ହୁଙ୍କାର ସମାବେଶରେ ଯୋଗଦେଇ ଦଳର ପ୍ରଭାରୀ ଡାକ୍ତର ଅଜୟ କୁମାର ଅନ୍ୟ ୨ ପ୍ରମୁଖ ଦଳ ଉପରେ ବର୍ଷିଥିଲେ । ମନ୍ତ୍ରୀ ,ବିଧାୟକମାନେ ଓଡ଼ିଶାର ସମ୍ମାନ ରଖ ବୋଲି କହି ଅଜୟ କୁମାର ରାଜ୍ୟର ମନ୍ତ୍ରୀ ଓ ବିଧାୟକଙ୍କୁ କଟୁ ସମାଲୋଚନା କରିଥିଲେ।

ଏହା ସହ କଂଗ୍ରେସ ଅଫ ଦି ଓଡ଼ିଆ,ବାଏ ଦି ଓଡ଼ିଆ, ଫର୍ ଦି ଓଡ଼ିଆ ବୋଲି କହିଥିଲେ ଅଜୟ । ଅନ୍ୟପଟେ ବିଜେଡିରୁ ନିକଟରେ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି ନିଜର ବହୁ ସମର୍ଥକଙ୍କ ସହ ଆଜି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରି ଆଜି ପୁଣିଥରେ କଂଗ୍ରେସକୁ ଫେରିଛନ୍ତି ବୋଲି ମାଝୀ ଭାଷଣରେ କହିଥିଲେ।

- Advertisement -

ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ହୁଙ୍କାର ଜନସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ,  ବିଧାୟକ ତାରା ପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ଜଗନ୍ନାଥ ପଟ୍ଟନାୟକ, ଜୟରାମ ପାଙ୍ଗି, ନକୁଲ ନାୟକ, କୃଷ୍ଣ ଚନ୍ଦ୍ର ସଗରିଆ, ଯୁବନେତା ସାଗର ଦାସଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories