www.samajalive.in
Sunday, December 14, 2025
16.1 C
Bhubaneswar

ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ

ଯୋଡା: ଫ୍ଲାଏ ଓଭର ନିର୍ମାଣର ଠିକା ସଂସ୍ଥା ଚେଭରକ୍ସ କମ୍ପାନୀ ସୁରକ୍ଷାରେ ଢିଲା ଯୋଗୁଁ ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ କରାଯାଉଛି। ସୁରକ୍ଷାରେ ଢିଲା ଯୋଗୁଁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବସତଃ ଅନ୍ୟମାନେ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା ପାଇଁ ତଳେ ଯାଇଥିବା ପାଣି ପାଇପ ଲାଇନକୁ ସାଇଜ କରିବା ସମୟରେ କମାରଯୋଡ଼ା ନିକଟରେ ପ୍ରାୟ ୧୫ ଫୁଟ ଉପରୁ ମାଟି ଧସି ପଡ଼ିଥିଲା। ଏହି ପାଇପ ଲାଇନରେ ୫ଜଣ ଶ୍ରମିକ କାମ କରୁଥିବା ବେଳେ ମାଟି ତଳେ ୨ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ଏବଂ ଅନ୍ୟ ଜଣେ ଶ୍ରମିକ ଅଧା ପର୍ଯ୍ୟନ୍ତ ପୋତି ହୋଇଯାଇଥିଲେ। ସେଠାରେ କାର୍ଯ୍ୟ କରୁଥିବା ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ ବାହାରକୁ ଧାଇଁ ଆସି ୨ଜଣ ଶ୍ରମିକ ଚରଣ ଲୋହାର ଓ ଅର୍ଜୁନ ଲୋହାର ମାଟି ତଳେ ପୋତିହୋଇଯାଇଥିବା ସୂଚନା ଦେଇଥିଲେ। ତେବେ ପରେ ସତର୍କତା ସହିତ ଜେସିବି ମେସିନ ସାହାଯ୍ୟରେ ମାଟି ବାହାର କରାଯାଇ ଉଭୟଙ୍କୁ ସେଠାରୁ ଅଗ୍ନିସମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଥିଲା। ତେବେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଏହି ଉଦ୍ଧାର କାର୍ୟ୍ୟ ସମାହିତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ମୁକେଶ ସର୍ଦ୍ଦାର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ମାଟି ତଳୁ ୨ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଜଣଙ୍କୁ ଟାଟା ଷ୍ଟିଲ ଡାକ୍ତରଖାନା ଓ ଅନ୍ୟ ଜଣଙ୍କୁ କମାରଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବାବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ ଶତାଧିକ ଶ୍ରମିକ ରଣାଶାଳ ଘାଟି ନିକଟ ଚେଭରକ୍ସ କମ୍ପାନୀର କାର୍ୟ୍ୟାଳୟକୁ ଘେରାଓ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ସମ୍ପୃକ୍ତ ଠିକା ସଂସ୍ଥାର କୌଣସି ଅଧିକାରୀଙ୍କୁ ଘଟଣାସ୍ଥଳରେ ଦେଖିବାକୁ ମିଳିନଥିଲା। ସେପଟେ ଉଭୟ ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ବର୍ଗ ଡାକ୍ତରଖାନାରେ ପହଞ୍ଚିଛନ୍ତି। ମୃତକ ଚରଣ ଲୋହାର ଓ ଅର୍ଜୁନ ଲୋହାର ୨ଜଣ ଶ୍ରମିକ ଯୋଡ଼ା ପୌରପାଳିକା ଅନ୍ତର୍ଗତ ତଲକ ହାଟିଂର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଯୋଡା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଆୟତ୍ତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories