www.samajalive.in
Saturday, December 13, 2025
23.1 C
Bhubaneswar

‘ଧାଙ୍ଗଡି ଦୋଲା ପର୍ବ’ ପାଳିଲେ ଆଦିବାସୀ

ଭବାନୀପାଟଣା: ଆଦିବାସୀ ସଂସ୍କୃତିର ଆଦ୍ୟ ପର୍ବ ଟୋକୀ ପର୍ବ ଗତ ରବିବାର ଉଦଯାପିତ ହୋଇଥିବାବେଳେ ଆଜି ପରମ୍ପରା ମୁତାବକ ସେସବୁ ଗାଁ ରେ ଧାଙ୍ଗଡି ଦୋଲା ପର୍ବ ପାଳନ କରାଯାଉଛି। ଟୋକୀ ପର୍ବ ଦିନ ହୋଇଥିବା ରାଗ ରୋଶକୁ ଭୁଲିବା ପାଇଁ ଏହି ଧାଙ୍ଗଡି ଦୋଲା ପର୍ବର ଆୟୋଜନ କରାଯାଇଛି।

ସେହି ଅନୁଯାୟୀ ଗତକାଲି ଟୋକୀ ପର୍ବ ପାଳନ ହେଇଥିବା କଳାହାଣ୍ଡିର ଆଦିବାସୀ ଅଞ୍ଚଳ ଗୁଡ଼ିକ ସମେତ କଲମପୁର ବ୍ଲକ୍ ଅନ୍ତର୍ଗତ ତୋତ୍ରାଗୁଡା, ଖଣ୍ଡି ଡ଼ଙ୍ଗରିଗୁଡା, ମାଟିଆ ପଡା ଆଦି ଗାଁ ଲୋକେ ଆଜି ଧାଙ୍ଗଡି ଦୋଲା ପର୍ବ ପାଳନ କରୁଛନ୍ତି। ଏଥିରେ ଗାଁ ଲୋକେ ଗୌନ୍ତିଆ, ଗାଁ ମୁଖିଆ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କୁ ଖଟିଆରେ ବୋହି ନୃତ୍ୟ କରି ସମ୍ମାନିତ କରିଥିଲେ। ଯୁବକ ଯୁବତୀ ମାନେ ଗାଁ ଧରନୀ ଖୁଟି ଚାରି କଡ଼େ ନାଚ ଗୀତରେ ମାସଗୁଲ୍ ଥିଲେ। ଯାନୀ, ଦିଶାରୀ, ଗୁରୁମେ ମାନେ ମନ୍ତ୍ର ଉଚ୍ଚାରଣ କରି ମାଟି ମାଁ କୁ ସନ୍ତୁଷ୍ଟ କରିଥିଲେ।

- Advertisement -

ଏଥିରେ ସ୍ଥାନୀୟ ଗାଁ ଲୋକଙ୍କ ସମେତ ଟୋକୀ ପର୍ବ ପାଇଁ ଆସିଥିବା କୁଣିଆମାନେ ମଧ୍ୟ ଯୋଗାଦେଇଥିଲେ। ଟୋକି ପର୍ବ ବେଳେ ପବିତ୍ର ଗଡରାର ମାଂସ ନେବାକୁ କେନ୍ଦ୍ରକରି ବିଭିନ୍ନ ଗାଁ ଲୋକଙ୍କ ମଧ୍ୟରେ ଟଣା ଓଟରା ହେଇଥାଏ। ଏଣୁ ସେସବୁର ଅପୋଷ ସମାଧାନ ପାଇଁ ଧାଙ୍ଗଡି ଦୋଲା ପର୍ବ  ପାଳନ କରାଯିବା କାହିଁ କେଉଁ କାଳରୁ ଏକ ବିଧି ପ୍ରଚଳିତ ହେଇ ଆସିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories