www.samajalive.in
Saturday, December 13, 2025
23.1 C
Bhubaneswar

ଜାତୀୟ ସ୍ତରରେ ଓଡିଶା ବ୍ୟାଣ୍ଡ ଦଳ ପ୍ରଥମ

ଭୁବନେଶ୍ୱର:ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା) ବିଭାଗରେ ଅଂଶ ଗ୍ରହଣ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।

ପ୍ରକାଶଥାଉକି ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ଗତ ନଭେମ୍ବର ତା.୧୬.୧୧.୨୦୨୩ ରିଖରେ ରାଜ୍ୟସ୍ତରରେ ଆୟୋଜିତ ବ୍ୟାଣ୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଗତ ତା.୨୨.୧୨.୨୦୨୩ ରିଖରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୯, ଭୁବନେଶ୍ୱରଠାରେ ଓଡିଶା ଦ୍ୱାରା ଆୟୋଜିତ ପୂର୍ବ ଜୋନ୍‌ ସ୍ତରୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ଜୀତୀୟ ସ୍ତରରେ ପ୍ରଦର୍ଶନ କରିବା ପାଇଁ ମନୋନୀତ ହୋଇଥିଲା । ଏହି ବିରଳ ସଫଳତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା କର୍ମକର୍ତ୍ତା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଓଡିଶା ସରକାରଙ୍କୁ ଆବଶ୍ୟକୀୟ ସମସ୍ତ ସହଯୋଗ ପାଇଁ ବିଶେଷ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛନ୍ତି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories