ହରଭଙ୍ଗା :ହରଭଙ୍ଗା ହାଇସ୍କୁଲ ପଡ଼ିରେ ଜାନୁଆରୀ ୨୭ରୁ ୩୧ ପର୍ଯ୍ୟନ୍ତ ହରଭଙ୍ଗ ମହୋତ୍ସବ ଅନୁଷ୍ଠିତହେବ। ଏହି ପରିପ୍ରେକ୍ଷୀରେ ହରଭଙ୍ଗା ଦ୍ୱିତୀୟ ମହୋତ୍ସବ ନିମନ୍ତେ ସୋମବାର ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ୱାରା ଶୁଭ ଖୁଣ୍ଟି ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ପଡିଆରେ ପୂଜପାଠ ପରେ ମନ୍ତ୍ରୀ ନଡ଼ିଆ ବାଡେଇ ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ସହିତ ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ମହୋତ୍ସବ କମିଟି ସଭାପତି ସୁବୋଧ କୁମାର ପ୍ରଧାନ, ଉପଦେଷ୍ଟା ପ୍ରଦୀପ କୁମାର ସାହୁ, ସମିତି ସଭ୍ୟ ଚିତ୍ତରଞ୍ଜନ ସେଠୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ। ଆସନ୍ତା ୨୭ତାରିଖରୁ ୩୧ତାରିଖ ପର୍ୟ୍ୟନ୍ତ ହରଭଙ୍ଗା ହାଇସ୍କୁଲ ଖେଳ ପଡିଆରେ ଦ୍ୱିତୀୟ ମହୋତ୍ସବ ଅନୁଷ୍ଠିତ ହେବ।
Popular Categories



